ପୁଲିସ ସହିଦ ଦିବସ ପାଳନ; ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ଵର : ରାଜ୍ୟ ପୁଲିସ ପକ୍ଷରୁ ବୁଧବାର ୬୧ତମ ସହିଦ୍ ଦିବସ ପାଳନ କରାଯାଉଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟରେ ପାଳନ କରାଯିବା ସହ ଭୁବନେଶ୍ୱର ରିଜର୍ଭ ପୁଲିସ ପଡ଼ିଆରେ ମଧ୍ୟ ପୁଲିସ ସହିଦ ଦିବସ ପାଳନ କରାଯାଉଛି। ସହିଦ ଦିବସ ଅବସରରେ କରୋନାରେ ସହିଦ ହୋଇଥିବା ୪୧ ଜଣ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟରେ ପୁଲିସ ଡିଜି ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ଭୁବନେଶ୍ୱର ରିଜର୍ଭ ପୁଲିସ ପଡ଼ିଆରେ ପୁଲିସ କମିଶନର ଡ଼. ସୁଧାଂଶୁ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Comments are closed.