ଅମ୍ବାନୀ ପରିବାର ବିବାହ ଉତ୍ସବରେ ଉପସ୍ଥାପକ ହେବେ ଶାହାରୁଖ୍‍

0

ମୁମ୍ବଇ: ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ଓ ବିବାହ ଉତ୍ସବରେ ବଲିଉଡ୍‍ ବାଦ୍‍ଶାହା ଶାହରୁଖ୍‍ ଖାନ୍‍ ଉପସ୍ଥାପକ ଭାବେ ଯୋଗଦେବେ। ଏହାପୂର୍ବରୁ ଆକାଶ ଓ ଶ୍ଲୋକ ମେହେଟ୍ଟାଙ୍କ ପ୍ରାକ୍‍ ନିର୍ବନ୍ଧ ଉତ୍ସବରେ ମଧ୍ୟ ଶାହାରୁଖ୍‍ ଖାନ୍‍ ମୁଖ୍ୟ ଆକର୍ଷଣ ଥିଲେ। ଅମ୍ବାନି ପରିବାର ସହିତ ଶାହରୁଖ୍‍ଙ୍କ ନିବିଡ଼ ସମ୍ପର୍କ ରହିଛି। ଏହାପୂର୍ବରୁ ଅମ୍ବାନି ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ଶାହରୁଖ୍‍ ଉପସ୍ଥିତି ଏକ ପ୍ରକାର ଅବିଚ୍ଛେଦ୍ୟ ପ୍ରସଙ୍ଗ ରହି ଆସିଥିବା ଦେଖାଯାଇଛି। ଆସନ୍ତା ୩୦ ତାରିଖରେ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‍ର ବହୁ କଳାକାର ଓ ନାମୀଦାମୀ ବ୍ୟକ୍ତିତ୍ୱ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Leave A Reply