ସେବି ବିରୋଧରେ ସୁପ୍ରିମକୋର୍ଟ ଗଲା ସାହାରା

ନୂଆଦିଲ୍ଲୀ: ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିରୋଧରେ ସାହାରା ଇଣ୍ଡିଆ ପରିବାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାଏର କରିଛି। ଏଥିସହିତ ସେବିର ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ କରିବାକୁ ଏହା ପ୍ରାର୍ଥନା କରିଛି। ସାହାରା ପକ୍ଷରୁ କୁହାଯାଇଛି ଯେ ୬୨,୬୦୨ କୋଟି ଟଙ୍କା ଜମା କରିବାକୁ ସେବି ପକ୍ଷରୁ ଯାହା କୁହାଯାଇଛି, ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଅଦାଲତ ଅବମାନନା କରୁଛି। ସୁପିମ୍ରକୋର୍ଟଙ୍କୁ ଭ୍ରମିତ କରିବା ତଥା ସାହାରା ବିରୋଧରେ ଜନ ଆକ୍ରୋଶ ସୃଷ୍ଟି କରିବାକୁ ସେବି ଏଭଳି ଏକ ଭିତ୍ତିହୀନ ଏବ ଅମୂଳକ ଆବେଦନ ଦାଖଲ କରିଛି। ସୁପ୍ରିମକୋର୍ଟ ତାଙ୍କର ୬.୨.୨୦୧୭ ଆଦେଶରେ ଉଲ୍ଲେଖ କରିଥିଲେ ଯେ ଏହା ମୂଳ ରାଶି କଥା ବିଚାରକୁ ନେଉଛନ୍ତି ଏବଂ ସୁଧ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ। କିନ୍ତୁ ସେବି ତାହାକୁ ଅବମାନନା କରି ସେଥିରେ ସୁଧକୁ ମିଶାଇଛି।

Comments are closed.