ଦୁର୍ନୀତି ଅଭିଯୋଗରେ ସରିଫଙ୍କ ଭାଇ ଗିରଫ

0

ଇସ୍‍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ତଥା ପାର୍ଲାମେଣ୍ଟର ବିରୋଧୀ ଦଳ ନେତା ସାହାବାଜ ସରିଫଙ୍କୁ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନ୍‍ଏବି) ଶନିବାର ଏକ ଦୁର୍ନୀତି ମାମଲାରେ ଗିରଫ କରିଛି। ୧୪ ଶହ କୋଟି ଟଙ୍କା ମୂଲ୍ୟର ଆସିଆନା-ଇ-ଇକବାଲ ହାଉସିଂ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ଏନ୍‍ଏବି ଗତ ଅକ୍ଟୋବର ୫ରେ ସାହାବାଜଙ୍କୁ ନିଜ ହାଜତକୁ ନେଇଥିଲା। ସ୍ଥାନୀୟ ଏକ କୋର୍ଟ ତାଙ୍କ ହାଜତ ମିଆଦ ନଭେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରମଜାନ ଚିନି ମିଲ ମାମଲାରେ ମଧ୍ୟ ସାହାବାଜଙ୍କୁ ଗିରଫ କରାଯାଇଛି ବୋଲି ଏନ୍‍ଏବି କୋର୍ଟଙ୍କୁ ଅବଗତ କରିଛି। ମାସାଧିକ ସମୟ ହାଜତରେ ରଖିବା ସତ୍ତେ୍ୱ ସାହାବାଜଙ୍କ ବିରୋଧରେ ଏନ୍‍ଏବି କୌଣସି ଅଭିଯୋଗ ପ୍ରମାଣ କରିପାରି ନ ଥିବା ଦର୍ଶାଇ ତାଙ୍କ ଓକିଲ ଅହମ୍ମଦ ପରଭେଜ ହାଜତ ମିଆଦ ବୃଦ୍ଧିକୁ ବିରୋଧ କରିଥିଲେ। ମାତ୍ର ରିମାଣ୍ଡରେ ଥାଇ ସାହାବାଜ ପାର୍ଲାମେଣ୍ଟ ଅଧିବେଶନରେ ଯୋଗ ଦେଉଥିବାରୁ ତାଙ୍କୁ ଉପଯୁକ୍ତ ଜେରା କରାଯାଇ ପାରି ନ ଥିବା ଏନ୍‍ଏବି ଓକିଲ ୱାରିସ ଅଲ୍ଲୀ ଯାଞ୍ଜୁଆ ଯୁକ୍ତି ବାଢିଥିଲେ।

Leave A Reply