କରୋନାକୁ ହରାଇଲେ ଅମିତ୍ ଶାହା; ରିପୋର୍ଟ ଆସିଲା ନେଗେଟିଭ୍

କରୋନା ସଂକ୍ରମଣର ଶିକାର ହୋଇ ଗୁରୁଗାଓଁର ମେଦାନ୍ତ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୃହ ମନ୍ତ୍ରୀ ଅମିତ୍ ଶାହା ସୁସ୍ଥ ହୋଇଛନ୍ତି । ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏ ସମ୍ପର୍କରେ ବିଜେପି ନେତା ମନୋଜ ତିୱାରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଗତ ଅଗଷ୍ଟ ୨ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି ଓ ଚିିକିତ୍ସାଧୀନ ସମୟରେ ମଧ୍ୟ ସେ କରୋନା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସକ୍ରିୟ, ସ୍ବାଭାବିକ ଭାବରେ କାମ କରୁଥିବା ସୂଚନା ମିଳିଛି ।

Comments are closed.