ଦେବହୁତ ସାଜିଲେ ‘ସାଗର’ : ଦୁର୍ଘଟଣାରେ ଗୁରୁତର ସଞ୍ଜିତକୁ କଟକ ପଠାଇଲେ 

କେଶଦୁରାପାଳ: ଆଜିର ବ୍ୟସ୍ତ ବହୁଳ ସ୍ୱାର୍ଥପର ସମାଜରେ ଏବେ ବି କେଉଁଠି ନା କେଉଁଠି ମାନବିକତା ବଞ୍ଚି ରହିଛି। ଏହାର ଏକ ନିଛକ ଉଦାହାରଣ ଦେଖିବାକୁ ମିଳିଛି, ମୟୁରଭଞ୍ଜ ଜିଲା ରାରୁଆଁ  ଗ୍ରାମର  ସାଗର ମିଶ୍ରଙ୍କ ପାଖରେ ଦେବହୁତ ସାଜି, ଦୁର୍ଘଟଣାଗ୍ରସ୍ତ ଗୁରୁତର ଯୁବକକୁ କଟକ ପଠଇଲେ।
ସୂଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ଛକ ନିକଟରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କଲିକତା ନଦିଆ ଥାନା ଅନ୍ତର୍ଗତ ରାଣାଘାଟ ଗ୍ରାମର ସଞ୍ଜିତ ଶର୍ମା (୪୫) କେନ୍ଦ୍ରାପଡ଼ା  ନେଇ ଯାଉଥିବା ବେଳେ  ହଠାତ୍ କୋଳି ମାଟି ଛକ ନିକଟରେ ଟ୍ରକର ବ୍ରେକ ଫେଲ ହୋଇଯିବା ଫଳରେ ବାଟରେ ଏକ ଟ୍ରକ ଛଡ଼ା ହୋଇଥିବାରୁ ସଞ୍ଜିତ ଶର୍ମା ଅଳ୍ପକେ ବର୍ତି, ଯାଇଥିବା ବେଳେ ଚାଳକ ଗୁରୁତର ଅବସ୍ଥାରେ ସେଠାରେ ପଡ଼ି ରହିଥିଲା  କୌଣସି ବ୍ୟକ୍ତି ସାହାଯ୍ୟ କରୁ ନ ଥିବା ବେଳେ ଏହି ସମୟରେ  ମୟୁରଭଞ୍ଜ ଜିଲା ରାରୁଆଁ  ଗ୍ରାମର  ସାଗର ମିଶ୍ର  ହଠାତ ପହଂଚି ଦେବହୁତ ସାଜି  ଦୁର୍ଘଟଣାଗ୍ରସ୍ତ ଗୁରୁତର ସଞ୍ଜିତକୁ ନିଜ ଅଟୋ ଯୋଗେ ଆନନ୍ଦପୁର ମେଡିକାଲକୁ ଆଣି ପ୍ରାଥମିକ ଚିକିତ୍ସା କରିବା ପରେ  ଅବସ୍ଥା ଗୁରୁତର ଥିବାରୁ ସଞ୍ଜିତକୁ କଟକ ପଠାଇବା ପାଇଁ କହିଥିଲେ।  ସାଗର ୧୦୮କୁ ଫୋନ କରି ଡାକଇ ସଞ୍ଜିତକୁ କଟକ ପଠାଇଥିବା ଜଣାପଡ଼ିଛି। ଜଣେ ଅପରିଚିତ ବ୍ୟକ୍ତି  ଅନ୍ୟର ବିପଦ ବେଳେ ଏପରି  ମାନବିକତା ଦେଖାଇ ଅନ୍ୟ ମାନଙ୍କ ପାଇଁ ଉଦାହାଣ ପାଲଟିଛନ୍ତି। ସାଗରଙ୍କର ଏପରି କାର୍ଯ୍ୟ ପାଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଛି ।

Comments are closed.