ମହାକାଶରେ ଚାଷ ହୋଇଥିବା ପରିବା ସୁରକ୍ଷିତ

– ପ୍ରାୟ ୨ ବର୍ଷ ତଳେ ପ୍ରଥମେ ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ମହାକାଶରେ ପରିବା ଚାଷର ପଦକ୍ଷେପ ନେଇଥିଲା। ଏଥିରେ ସଫଳ ହେବେ କି ନାହିଁ, ସେ ନେଇ ଗବେଷକ ଦଳ ସନ୍ଦିହାନରେ ଥିଲେ। ଏବେ କିନ୍ତୁ ଗବେଷକ ମୁଖ୍ୟ ଏକ ସାକ୍ଷାତକାର୍‌ରେ ସ୍ପଷ୍ଟ କରିଛନ୍ତି, ଲେଟ୍ୟୁସ୍‌ ନାମକ ଚାରାରୋପଣ କରି ସେମାନେ ସଫଳ ହେବା ସହ ଏହାର ପୋଷକତତ୍ତ୍ବକୁ ପରୀକ୍ଷା କରାଯାଇଛି। ପୃଥିବୀପୃଷ୍ଠରେ ଉତ୍ପନ୍ନ ହେଉଥିବା ଲେଟ୍ୟୁସ୍‌ ପରି ଏହାର ସ୍ବାଦ ହୋଇଥିବାବେଳେ ପୋଷକତତ୍ତ୍ବରେ ମଧ୍ୟ କୌଣସି ଅଭାବ ନାହିଁ। ବିଦେଶୀ ରାଇଜରେ ଲେଟ୍ୟୁସ୍‌୍‌କୁ ସାଲାଡ୍‌ ଭାବେ ଲୋକେ ଖାଇଥାନ୍ତି। କେନେଡି ସ୍ପେସ୍‌ ସେଣ୍ଟରରେ ମଧ୍ୟ ଏଇ ମହାକାଶ ଚାଷ ପରିବାକୁ ପରୀକ୍ଷା ପରେ ସବୁଜ ସଙ୍କେତ ମିଳିଛି। ମହାକାଶଚାରୀମାନେ ଯାତ୍ରା ସମୟରେ ପ୍ୟାକେଟ୍‌ ଖାଦ୍ୟ ନେଉଥିବାବେଳେ ସାଲାଡ୍‌ ସେମାନେ ଖାଇପାରୁ ନଥିଲେ। କାରଣ ସାଲାଡ୍‌ ଜାତୀୟ ପରିବାଗୁଡ଼ିକର ସତେଜତା ଅଧିକ ଦିନ ରହୁନଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ। ଏବେଠାରୁ ମହାକାଶଚାରୀଙ୍କ ସାଲାଡ୍ ଖାଇବାରେ ଅସୁବିଧା ନାହିଁ ବୋଲି ଗବେଷକଦଳ ପ୍ରକାଶ କରିଛନ୍ତି।

Comments are closed.