ସଦ୍‌ଗୁରୁ ହସ୍‌ପିଟାଲ୍‌ ଡାଏଲିସିସ୍‌ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ

ବିଗତ ତିନିମାସ ମଧ୍ୟରେ ଏକ ହଜାରରୁ ଅଧିକ ରୋଗୀଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି ସଦ୍‌ଗୁରୁ ହସ୍‌ପିଟାଲ୍‌ । ଗତ ମେ ମାସ ମଧ୍ୟରେ ୧୦୫୪ ଜଣ,ଏପ୍ରିଲ ମାସରେ ୧୦୧୨ ଜଣ ମାର୍ଚ୍ଚ ମାସରେ ୧୦୧୪ ଜଣ ରୋଗୀ ଡାଏ ଲେସିସ୍‌ ହୋଇଛନ୍ତି । ଯାହା ଓଡ଼ିଶା ରାଜ୍ୟରେ ମେଡିକାଲ୍‌ କ୍ଷେତ୍ରରେ ସର୍ବାଧିକ ବୋଲି ଦାବି କରାଯାଉଛି। ଏଥିମଧ୍ୟରୁ ଅଧିକାଂଶ ରୋଗୀ ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଡାଏଲିସିସ୍‌ ସେବା ପାଇ ପାରୁଛନ୍ତି । ଏହି ହସ୍‌ପିଟାଲ୍‌ରେ ୧୩ଟି ଡାଏଲିସିସ୍‌ ମେସିନ୍‌ ରହିଥିବା ବେଳେ ୨ଟି ଡାଏଲିସିସ୍‌ ମେସିନ୍‌ ହେପାଟାଇସିସ୍‌ ସି ପଜେଟିଭ୍‌ ଥିବା ରୋଗୀଙ୍କ ପାଇଁ ବ୍ୟବହାର କରାଯାଏ । ଏହି ରୋଗୀଙ୍କର ସାଧାରଣତଃ ୧୨-୧୩ ବର୍ଷ ଧରି ଚିକିତ୍ସା ଜାରି ରହିଛି।

କ୍ରନିକ୍‌ ଡିଜିଜ୍‌ ରୋଗୀମାନେ ମାନସିକ ଭାବେ ଦୁର୍ବଳ ହୋଇପଡୁଥିବା ବେଳେ ହସ୍‌ପିଟାଲ୍‌ ପକ୍ଷରୁ କାଉନସିଲିଂର ବ୍ୟବସ୍ଥା ରହିଛି । ଡାଏଲିସିସ୍‌ସହ ଏହି ହସ୍‌ପିଟାଲ୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଭିନ୍ନ ଜଟିଳ ରୋଗ ସହ ସହ ଓପନ୍‌ ହାର୍ଟ ସର୍ଜରୀ , ହାର୍ଟ ଭାଲଭ୍‌ ରିପ୍ଲେସ୍‌ମେଣ୍ଟ, ନି ହାଫ୍ ରିପ୍ଲେସ୍‌ ମେଣ୍ଟ, ହୃଦଘାତର ଶିକାର ବ୍ୟକ୍ତିଙ୍କର ମାଗଣାରେ ଚିକିତ୍ସା କରାଯାଏ । ସରକାରୀ ହସ୍‌ପିଟାଲ୍‌ ଏବଂ କର୍ପୋରେଟ୍‌ ହସ୍‌ପିଟାଲ୍‌ ବହୁତ ସମୟ ଧରି ଏବଂ ବହୁ ଅର୍ଥ ମୂଲ୍ୟ ଦେବାକୁ ପଡୁଥିବା ବେଳେ ଗରିବରୁ ଅତି ଗରିବ ଶ୍ରେଣୀର ଲୋକଙ୍କୁ ବିନାମୂଲ୍ରେ ଏହି ହସ୍‌ପିଟାଲ୍‌ରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ଅପରପକ୍ଷରେ ସଦ୍‌ଗୁରୁ ହସ୍‌ପିଟାଲ୍‌ ପକ୍ଷରୁ ଖୁବ୍‌ଶୀଘ୍ର କ୍ୟାନସର୍‌ ସର୍ଜରୀ, ରେଡିଓ ଥେରାପୀ, କେମୋଥେରାପି ଗୋଟିଏ ଛାତ ତଳେ ମିଳିପାରିବ । ଏହା ଓଡିଶାରେ କ୍ୟାନସର୍‌କୁ ମୁକାବିଲା କରିବା କ୍ଷେତ୍ରରେ ଏକ ବିପ୍ଲବ ସୃଷ୍ଟି କରିବ ।

ଡା. ପ୍ରଦୀପ କୁମାର ମହାନ୍ତି
କନସଲଣ୍ଟାଟ୍‌ ପଲମୋନାରୀ ମେଡିସିନ୍‌ ଆଣ୍ଡ ମ୍ୟାନେଜିଂ ଡାଇରେକ୍ଟର ସଦ୍‌ଗୁରୁ ହସ୍‌ପିଟାଲ୍‌ କଟକ

 

Comments are closed.