ସମ୍ପୂର୍ଣ୍ଣ ଟିକାକରଣ ଦ୍ବାରା ରୋକାଯାଇପାରିବ କରୋନା ମହାମାରୀ

ଭୁବନେଶ୍ବର: ଆମର ବହୁ ପ୍ରଚଳିତ ପ୍ରବାଦ ଅଛି – ରୋଗର ଉପଚାରଠାରୁ ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଭଲ। ଏହାଫଳରେ ରୋଗ ଆମ ପାଖ ମାଡ଼ିବ ନାହିଁ। ଆମେ ରୋଗକୁ ଭୟ କରିବା ପରିବର୍ତ୍ତେ ରୋଗ ଆମକୁ ଭୟ କରିବ। ଟୀକାକରଣ ମାଧ୍ୟମରେ ଆମେ ବସନ୍ତ ରୋଗ ଓ ପୋଲିଓ ଉପରେ ସମ୍ପୂର୍ଣ୍ଣ ବିଜୟ ଲାଭ କରିପାରିଛୁ। ସଂପ୍ରତି ବିଶ୍ୱରେ ଆତଙ୍କ ସୃଷ୍ଟିକରିଥିବା କରୋନା ଏକ ମହାମାରୀ। ଏହାକୁ ଟୀକାକରଣ ଦ୍ୱାରା ମଧ୍ୟ ସମ୍ପୂର୍ଣ୍ଣ ରୋକାଯାଇପାରିବ ଯଦି ଆମେ ସମସ୍ତେ ଟିକାକରଣକୁ ଆପଣେଇବା। ତେଣୁ କୌଣସି ଗୁଜବକୁ ବିଶ୍ୱାସ ନ କରି ସମସ୍ତେ ଟିକା ନେବା ଉଚିତ। ଏହା ଯେତେ ଶୀଘ୍ର ହେବ ସେତେ ଭଲ। ସଂପ୍ରତି ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏପରି ପରିସ୍ଥିତିରେ ସମସ୍ତେ କରୋନା ପ୍ରତି ଅଧିକରୁ ଅଧିକ ସଚେତନ ହେବା ଆବଶ୍ୟକ।

 

ଅଧିକାଂଶ ରୋଗ ଯେପରି ଖାଦ୍ୟ ଗ୍ରହଣରୁ ଆସିଥାଏ ସେହିପରି ଆମେ ଯଦି ସତର୍କତା ଅବଲମ୍ବନ କରିବା ୬୦% କରୋନା ଭୂତାଣୁକୁ ଆମେ ଏଡ଼ାଇ ଦେଇପାରିବା। ଏଥିପାଇଁ ଆମକୁ ଯେଉଁ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ତାହା ହେଉଛି: ମୁହଁରେ ତୁଣ୍ଡି ବାନ୍ଧିବା, ଆବଶ୍ୟକ ନ ଥାଇ ପଦାକୁ ଯିବା ନାହିଁ, ଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବା,ସାମାଜିକ ଦୂରତା ରକ୍ଷାକରିବା ଓ ହାତକୁ ସାବୁନରେ ଧୋଇବା ଇତ୍ୟାଦି।

-ଡାକ୍ତର ପ୍ରଦୀପ କୁମାର ମହାନ୍ତି, କନ୍‍ସଲଣ୍ଟାଣ୍ଟ ପୁଲମୋନାରୀ ମେଡିସିନ ଓ ମ୍ୟାନେଜିଂ ଡାଇରେକ୍ଟର
ସଦ୍‍ଗୁରୁ ହସ୍‍ପିଟାଲ, କଟକ

Comments are closed.