ବୌଦ୍ଧରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବୌଦ୍ଧ : ସାରା ଦେଶରେ ସଡକ ସୁରକ୍ଷା ମାସ ଆରମ୍ଭ ହୋଇଥିବା ବେଳେ ବୌଦ୍ଧରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରାକୁ ବୌଦ୍ଧ ସର୍କିଟହାଉସ ସମ୍ମୁଖରୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବୌଦ୍ଧ ୟୁଥ ରେଡକ୍ରସ ଓ ଏନସିସିର ଛାତ୍ରଛାତ୍ରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିବା ସହିତ ସଡକ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ବୌଦ୍ଧ କଲେଜର ଏନସିସି ଅଫିସର ଡଃ. ମହେନ୍ଦ୍ର ନାଥ ଦେବତା, ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ, ଏମଭିଆଇ ଭାଗିରଥୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.