ସଡକ ଦୁର୍ଘଟଣାରେ ୫ ମୃତ, ୧୨ ଗୁରୁତର

0

ଲକ୍ଷ୍ମୌ.- ଉତ୍ତର ପ୍ରଦେଶର ମୀରଟର ଥିବା ଦିଲ୍ଲୀରୋଡ୍‌ରେ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ପାର୍ଶଲ ଭ୍ୟାନ ଜଣେ ସାଇକେଲ୍‌ ଚଲାଳୀଙ୍କୁ ଧକ୍କା ଦେଇଥିଲା ।  ଏହି ଦୁର୍ଘଟଣା ପରେ ଗାଡିର ଚାଳକ ଦ୍ରୁତ ଗତିରେ ସେଠାରୁ ଗାଡି ଚଳାଇ ଫେରାର ହେବାକୁ ଚେଷ୍ଟା କରିଥିଲା । ଏପରି କରିବାରୁ ଭ୍ୟାନଟି ଅନେକ ଗାଡିକୁ ଧକ୍କା ଦେବା ସହ ରାସ୍ତା ଯାଉଥିବା ଅନେକ ଲୋକଙ୍କ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିଲେ ।

ପରେ ଗାଡିଟି ଏକ ଡିଭାଇଡର୍‌ ଉପରେ ଚଢିଯାଇ ଓଲଟି ପଡିଥିଲା । ତା ତଳେ ବି କିଛି ଲୋକ ଚିପିହୋଇଯାଇଥିଲେ । ଲୋକମାନେ ସେଠାରୁ ଦଉଡି ପଳାଉଥିବା ଚାଳକକୁ ଧରିବା ସହ ନିସ୍ତୁକ ମାଡ ମାରିଥିଲେ । ପରେ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭରକୁ ଗିରଫ କରିଛି ।

Leave A Reply