ଏସଏଡି ନେତା ବିକ୍ରମ ସିଂହ ମାଜିଥିଆଙ୍କ କାରକେଡ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୪ ଆହତ

ଅମୃତସର: ପଞ୍ଜାବର ଶିରୋମଣି ଅକାଳୀ ଦଳ(ଏସଏଡି) ନେତା ବିକ୍ରମ ସିଂହ ମାଜିଥିଆଙ୍କ କାରକେଡ୍‌ର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ମୋଗା ଅଞ୍ଚଳର କୋଟକପୁରା ବାଇପାସରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବିକ୍ରମ ସିଂହଙ୍କ କାରକେଡ୍‌ ଯାଉଥିବାବେଳେ କାରକେଡ୍‌ର ଏକ ଗାଡ଼ି ଗୋଟିଏ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

Comments are closed.