ନୂଆବର୍ଷ‌ରେ ଭାବବିହ୍ବଳ କଲାଭଳି ଭିଡ଼ିଓ ସେୟାର କଲେ ସଚିନ

ମୁମ୍ବଇ : ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଆଜି ନୂଆବର୍ଷ ଅବସରରେ ଭାବ ବିହ୍ବଳ କଲାଭଳି ଏକ ଭିଡ଼ିଓ ସେୟାର କରିଛନ୍ତି। ସଚିନ ସାମାଜିକ ଗଣମାଧ୍ୟମରେ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି। ଏହା ନୂଆବର୍ଷ ଅବସରରେ ଏକ ପ୍ରେରଣାଦାୟୀ ଭିଡ଼ିଓ। ଏହି ଭିଡ଼ିଓରେ କିଛି ଦିବ୍ୟାଙ୍ଗ ପିଲା କ୍ରିକେଟ ଖେଳୁଥିବା ଦେଖାଯାଇଛି। ଏଥିରେ ଜଣେ ଦିବ୍ୟାଙ୍ଗ ପ୍ରଥମେ ଗୋଟିଏ ହାତରେ ବ୍ୟାଟିଂ କରିଛନ୍ତି। ପରେ ସେଇ ଗୋଟିଏ ହାତ ଏବଂ ଆଣ୍ଠୁ ସାହାର୍ଯ୍ୟରେ ଘୁଷୁରି ଘୁଷୁରି ଏକ ରନ ମଧ୍ୟ ସଂଗ୍ରହ କରିଥିବା ଦେଖାଯାଇଛି।

Comments are closed.