ସହିଦ ଯବାନ ପରିବାର ନିମନ୍ତେ ୧୫ ଲକ୍ଷ ଟଙ୍କା ଯୋଗାଡ଼ କଲେ ତେନ୍ଦୁଲକର

0

ନୂଆଦିଲ୍ଲୀ : ଏଠାରେ ଆୟୋଜିତ ନୂଆଦିଲ୍ଲୀ ମାରାଥନ୍‌ ସମୟରେ ଶାରୀରିକ ବ୍ୟାୟାମ (ପୁସ୍‌ଅପ୍‌) ପ୍ରଦର୍ଶନ କରି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାର ନିମନ୍ତେ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରି ପାରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।
୪ଟି ପର୍ଯ୍ୟାୟରେ ଆୟୋଜିତ ଏହି ମାରାଥନ୍‌ର ପ୍ରତି ପର୍ଯ୍ୟାୟ ଆରମ୍ଭ ପୂର୍ବରୁ ତେନ୍ଦୁଲକର ପୁସ୍‌ଅପ୍‌ କରିଥିଲେ। ତାଙ୍କ ସହ ଯୋଗ ଦେବାକୁ ଅନ୍ୟ ଧାବକଙ୍କୁ ତେନ୍ଦୁଲକର ଆହ୍ବାନ ଦେଇଥିଲେ। ସହିଦ ଯବାନଙ୍କ ପରିବାରକୁ ସହାୟତା ପ୍ରଦାନ ନିମନ୍ତେ ସେ ଏପରି କରୁଥିବା ତେନ୍ଦୁଲକର କହିବା ପରେ ଆର୍ଥିକ ସହାୟତାର ସୁଅ ଛୁଟିଥିଲା। ଏହି କାର୍ଯ୍ୟକ୍ରମରୁ ସଂଗ୍ରହୀତ ୧୫ ଲକ୍ଷ ଟଙ୍କା ସହିଦଙ୍କ ପରିବାରକୁ ପ୍ରଦାନ କରାଯିବ। ଏହି ଅବସରରେ ତେନ୍ଦୁଲକର କହିଥିଲେ ଦିଲ୍ଲୀ ମାରାଥନ୍‌ରେ ଏତେସଂଖ୍ୟକ ଅଳ୍ପବୟସ୍କ ପିଲା ଓ ଯୁବପିଢ଼ି ଭାଗ ନେଉଥିବା ଦେଖି ସେ ବେଶ୍‌ ଉତ୍ସାହିତ। ଭାରତକୁ କ୍ରୀଡ଼ା କ୍ଷେତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଯୁବପିଢ଼ିଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଯୁବ ପିଢ଼ି କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କଲେ ଭାରତ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ବେଶ୍‌ ସଫଳତା ପାଇବ ବୋଲି ତେନ୍ଦୁଲକର ଆଶାବ୍ୟକ୍ତ କରିଛନ୍ତି।

Leave A Reply