ରବିବାର ଓଡ଼ିଶା ଆସୁଛନ୍ତି ସଚିନ
ଭୁବନେଶ୍ୱର : କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ରବିବାର ଭୁବନେଶ୍ୱର ଆସୁଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ଦେଖିବା ପାଇଁ ସେ ଓଡ଼ିଶା ଆସୁଥିବା ଜଣାପଡିଛି। ଏ ନେଇ ସଚିନ ନିଜେ ଟୁଇଟ୍ କରି ଜଣାଇଛନ୍ତି।
Heartwarming to see the entire nation supporting the Men’s #HockeyWorldCup2018. Congrats @Naveen_Odisha @TheHockeyIndia for the world class arrangements. To extend my support, I’ll be coming to the spectacular Kalinga Stadium tomorrow. See you there! @sports_odisha @FIH_Hockey pic.twitter.com/HZyZlH6iL0
— Sachin Tendulkar (@sachin_rt) December 15, 2018
ସୂଚନାଯୋଗ୍ୟ ଯେ ପୁରୁଷ ହକି ବିଶ୍ୱକପ ଚତୁର୍ଦ୍ଦଶ ସଂସ୍କରଣ ଫାଇନାଲ ମ୍ୟାଚ ରବିବାର ରାତି ୭ଟାରେ ଖେଳାଯିବ। ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ହକି ବିଶ୍ୱକପ ଫାଇନାଲ ମ୍ୟାଚରେ ଆସିବା ନେଇ ଆଲୋଚନା କରାଯାଉଥିଲା, ଯାହା ବର୍ତ୍ତମାନ ସତ ହେବାକୁ ଯାଉଛି।