ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଷ୍ଟାଡିୟମ ବାହାରେ ବିକୁଛନ୍ତି ରେଡିଓ

0

ଲଣ୍ଡନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବା କିଏ ନ ଜାଣେ । ଜଣେ ବ୍ୟାଟସ୍‌ମ୍ୟାନ ଭାବେ ସେ ଯେତିକି ଲୋକପ୍ରିୟ ଜଣେ ଭଲ ମଣିଷ ଭାବେ ସେତିକି ପ୍ରସିଦ୍ଧ ।  ସେହିପରି ସଚୀନଙ୍କ ପୁଅ ଅର୍ଜୁନ ମଧ୍ୟ  ବହୁତ ସାଧା ସିଧା ।  କିଛି ଦିନ ପୂର୍ବରୁ ସେ ଭାରତର ୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ସାମିଲ ହୋଇଥିଲେ । ଏବେ ସେ ଲଣ୍ଡନର ମାରିଲେବୋନେ କ୍ରିକେଟ କ୍ଲବରେ  କ୍ରିକେଟ ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି । ସେ କ୍ରିକେଟ ପଡିଆରେ ବିଭିନ୍ନ କାମ କରୁଥିବା ବେଳେ ତାଲିମ ଶେଷରେ ଲର୍ଡସ୍‌ ନିକଟରେ ରେଡିଓ ବିକ୍ରି କରୁଛନ୍ତି ।

ଅର୍ଜୁନ ରେଡିଓ ବିକ୍ରି କରୁଥିବା ସମୟରେ ହରଭଜନ୍‌ ସିଂ ତାଙ୍କୁ ଦେଖିଥିଲେ । ତାଙ୍କ ସହ ସେଲଫି ନେବା ସହ ହରଭଜନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି ।  ଅର୍ଜୁନ କିପରି ସାଧାରଣ ମଣିଷ ଭାବେ ଜୀବନ ବିତାଉଛନ୍ତି  ଓ ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି ସେ ବିଷୟରେ ହରଭଜନ ନିଜ ପୋଷ୍ଟରେ ଦର୍ଶାଇବାକୁ ଚାହିଁଛନ୍ତି ।

Leave A Reply