ପଡ଼ିଆରେ ପୁଣି ଚମକିଲା ସଚିନଙ୍କ ବ୍ୟାଟ୍‌, ୩୬ ବଲରେ ଖେଳିଲେ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ

ରାୟପୁର: କ୍ରିକେଟର ଭଗବାନ କୁହାଯାଉଥିବା ଟିମ ଇଣ୍ଡିଆର ପୂର୍ବତନ କିମ୍ବନ୍ଦନ୍ତୀ ବ୍ୟାଟ୍ସମ୍ୟାନ ତଥା ମାଷ୍ଟର ବ୍ଲାଷ୍ଟର ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍‌ ପଡ଼ିଆରେ ପୁଣି ଥରେ ଚମକିଛି। ୩୬ ବଲ୍‌ରେ ଖେଳିଛନ୍ତି ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ। ଏଠାରେ ଚାଲିଥିବା ରୋଡ୍‌ ସେଫ୍‌ଟି ୱାର୍ଲ୍ଡ ସିରିଜର ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ସେ ମୋଟ ୪୧ ବଲରେ ୬୫ ରନ୍‌ ସଂଗ୍ରହ କରିଛନ୍ତି।

ସଚିନଙ୍କ ଏହି ଅର୍ଦ୍ଧଶତକୀୟ ଇନିଂସରେ ମୋଟ ୬ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍‌ସ ବିପକ୍ଷରେ ସେ ଏହି ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଏହା ପୂର୍ବରୁ ସଚିନ ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍‌ସ ବିରୋଧରେ ୩୦ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ସେ ୩୭ ବଲରେ ୯ ଚଉକା ଏବଂ ଗୋଟିଏ ଛକା ସହାୟତାରେ ମୋଟ ୬୦ ରନ୍‌ କରିଥିଲେ।

Comments are closed.