ଖୁବଶୀଘ୍ର କ୍ରିକେଟ ପଡିଆକୁ ଓହ୍ଲାଇବି : ସଚିନ

ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଖୁବଶୀଘ୍ର କ୍ରିକେଟ ପଡ଼ିଆକୁ ଓହ୍ଲାଇବେ। ପୁଣିଥରେ ତାଙ୍କ ବ୍ୟାଟରୁ ପ୍ରଶଂସକମାନେ ଚୌକା ଓ ଛକା ମାରିବାର ଆନନ୍ଦ ଉଠାଇ ପାରିବେ। ଏନେଇ ସଚିନ ଗୁରୁବାର ରାତ୍ର ୧୦ଟା ୨୫ମିନିଟ ସମୟରେ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି –ମୁଁ ଭାବୁଛି ଆପଣ ମାନେ ଉତ୍ସାହିତ ଥିବେ ମୁଁ ପୁଣିଥରେ ବ୍ୟଟ ଧରି ପଡ଼ିଆକୁ ଓହ୍ଲାଇବି।


ସୂଚନା ମୁତାବକ, ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ୱାର୍ଲ୍ଡ ସିରିଜ୍ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ପାଞ୍ଚଟି ଦେଶର ଅବସରପ୍ରାପ୍ତ ଖେଳାଳିମାନେ ଭାଗ ନେବେ। ଭାଗ ନେବାକୁ ଥିବା ପାଞ୍ଚଟି ଦେଶ ମଧ୍ୟରେ ରହିଛି- ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୨ରୁ ୧୬ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ।

pic courtesy-twitter

ଏହି ଟୁର୍ଣ୍ଣାମେଣ୍ଟରେ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରାଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ୱାଗ, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ ଓ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସଙ୍କ ଭଳି ଖେଳାଳି ଖେଳିବେ। ଭାରତରେ ଏହି ଟୁର୍ଣ୍ଣାମେଟ ହେବାକୁନେଇ ନିକଟରେ ବିସିସିଆଇ ପକ୍ଷରୁ ମଞ୍ଜୁରୀ ଦିଆଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ହେବାଦ୍ବାରା ଭାରତରେ ଟ୍ବେଣ୍ଟି-୨୦ କ୍ରିକେଟର ଲୋକପ୍ରିୟତା ବଢିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା।

Comments are closed.