କଳିଙ୍ଗ ଷ୍ଟାଡିୟମରେ ସଚିନ

0

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବା ପାଇଁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସଚିନ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଚିନଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କ ଭିଡ ଲାଗି ରହିଥିଲା। ପୁରୁଷ ହକି ବିଶ୍ୱକପ ଫାଇନାଲ ମ୍ୟାଚରେ ତେନ୍ଦୁଲକର ମୁଖ୍ୟ ଆକର୍ଷଣରେ ରହିଛନ୍ତି। ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଦର୍ଶକଙ୍କ ଭିଡ ଲାଗି ରହିଛି। ବେଲଜିୟମ ଓ ନେଦରଲ୍ୟାଣ୍ଡ ମ୍ୟାଚର ଉପଭୋଗ କରିବେ ସଚିନ। କୌଣସି କାର୍ଯ୍ୟକ୍ରମରେ ଅତିଥି ଭାବେ ସଚିନ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି। ସଚିନ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଦେଖିବା ନେଇ ନିଜେ ଟୁଇଟ କରି ଜଣାଇଛନ୍ତି।

Leave A Reply