ସଚିନଙ୍କୁ କ୍ଷମା ମାଗିଲା ସ୍ପାଟ୍ରନ ସ୍ପୋର୍ଟସ୍‌ ଗ୍ରୁପ୍‌

ମୁମ୍ବଇ  : କ୍ରିକେଟ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରୀଡ଼ା କମ୍ପାନୀ ସ୍ପାଟ୍ରନ ସ୍ପୋର୍ଟସ୍‌ ଗ୍ରୁପ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛି। କମ୍ପାନୀ ଚୁକ୍ତି ଅନୁଯାୟୀ ଅର୍ଥ ଭରଣା କରିବାରେ ବିଫଳ ହେବା ପରେ ସଚିନ ଉକ୍ତ ଅର୍ଥ ପ୍ରଦାନ ନେଇ ଫେଡେରାଲ ସର୍କିଟ କୋର୍ଟ ଅଷ୍ଟ୍ରେଲିଆରେ ମୋକଦ୍ଦମା ଦାୟର କରିଥିଲେ। ଉକ୍ତ କମ୍ପାନୀ ନିଜର ଭୁଲ ପାଇଁ ସଚିନଙ୍କୁ କ୍ଷମା ପ୍ରାର୍ଥନା କରିଛି। ଅଷ୍ଟ୍ରେଲିଆର କ୍ରୀଡ଼ା ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ସ୍ପୋର୍ଟସ୍‌ ଗ୍ରୁପ ସହିତ ତେନ୍ଦୁଲକର ୨୦୧୬ରେ ଚୁକ୍ତିନାମା କରିଥିଲେ। ଚୁକ୍ତି ଅନୁଯାୟୀ ଉକ୍ତ କମ୍ପାନୀ ଆବଶ୍ୟକ ଅର୍ଥ ପ୍ରଦାନ କରିବାରେ ବିଫଳ ହେବାରୁ ସଚିନ ଅଷ୍ଟ୍ରେଲିଆର ଫେଡେରାଲ ସର୍କିଟ କୋର୍ଟରେ ୨୦୧୯ ଜୁନରେ ମୋକଦମା ଦାୟର କରିଥିଲେ। ବିଶ୍ବବ୍ୟାପୀ କମ୍ପାନୀର ପ୍ରଚାର ପ୍ରସାର ପାଇଁ ସଚିନ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ। ଫଳରେ ସଚିନ କମ୍ପାନୀର ପ୍ରଚାର କରିଥିଲେ। ଚୁକ୍ତି ଅନୁଯାୟୀ କମ୍ପାନୀ ଅର୍ଥ ପ୍ରଦାନ କରିବାରେ ଖିଲାପ କରିଥିଲା। ପାଖାପାଖି ଦୁଇବର୍ଷ ସଚିନ କମ୍ପାନୀ ପାଇଁ ପ୍ରଚାର କରିବା ପରେ ୨୦୧୮ ସେପ୍ଟେମ୍ବର ୧୭ରେ କମ୍ପାନୀ ପକ୍ଷରୁ ଚୁକ୍ତିନାମାକୁ ରଦ୍ଦ କରାଯାଇଥିବା ନେଇ ସଚିନଙ୍କ ନିକଟକୁ ନୋଟିସ୍ କରାଯାଇଥିଲା। କମ୍ପାନୀର ଏଭଳି କାର୍ଯ୍ୟକୁ ନେଇ ସଚିନ ଅଷ୍ଟ୍ରେଲିଆର ଫେଡେରାଲ ସର୍କିଟ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ସଚିନଙ୍କ ନାମକୁ ନେଇ କମ୍ପାନୀ ସଫଳତା ପରେ ହଠାତ୍ ଚୁକ୍ତିନାମାରୁ ଓହରି ଯାଇଥିଲା। କୋର୍ଟ ଏଭଳି କାର୍ୟ୍ୟ ପାଇଁ ସଚିନଙ୍କୁ କ୍ଷମା ମାଗିବା ସହିତ ବକେୟା ଅର୍ଥ ପ୍ରଦାନ ଲାଗି ଉକ୍ତ ସ୍ପାଟ୍ରନ ସ୍ପୋର୍ଟସ୍‌ ଗ୍ରୁପ୍‌କୁ ନିର୍ଦେଶ ଦେଇଥିଲେ। କମ୍ପାନୀର ସଭାପତି ଲେସ୍‌ ଗାଲବ୍ରେଥ ସଚିନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ସଚିନଙ୍କ ସିଇଓ ମିରମନି ମୁର୍ଖାଜୀ କହିଛନ୍ତି ଯେ, ସଚିନ ଜଣେ କ୍ରିକେଟ କିମ୍ବଦନ୍ତୀ। ତାଙ୍କ ବିପକ୍ଷରେ କମ୍ପାନୀ ଯେଉଁଭଳି ଭାବେ ବ୍ୟବହାର କଲା ଓ ତାଙ୍କ ନାମକୁ ବ୍ୟବହାର କରି ଫାଇଦା ଉଠାଇଲା ତାହା ଦୁର୍ଭାଗ୍ୟଜନକ ବୋଲି ମୁଖାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ କ୍ରୀଡ଼ା ପ୍ରତିଷ୍ଠାନ ସ୍ପାଟ୍ରନ ଗ୍ରୁପ୍‌ ଅଫ ସ୍ପୋର୍ଟସ୍‌ ପକ୍ଷରୁ କମ୍ପାନୀର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରିବା ନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ସଚିନ ବାଏ ସ୍ପାଟ୍ରନ ନାମରେ ବ୍ରାଣ୍ଡ ସହ ପ୍ରଚାର ପ୍ରସାର କରିଥିଲେ।

Comments are closed.