ସାବୁଦାନା ସେଓ ଖିରୀ

ଆବଶ୍ୟକ ସାମଗ୍ରୀ
ସାବୁଦାନା : ୧ କପ
ଖିର : ୬କପ
ଚିନି ; ୨କପରୁ କମ
ସେଓ – ୩ ଚାମଚ ( କଟା ହୋଇଥିବା)
କେସର – ଅଳ୍ପ
ଡ଼ାଳିମ୍ବ ମଞ୍ଜି : ଅଳ୍ପ
ଗୁଜୁରାତି ଗୁଣ୍ଡ : ଅଳ୍ପ
ପ୍ରସ୍ତୁତିପ୍ରଣାଳୀ : ପ୍ରଥମେ ସାବୁଦାନାକୁ କିଛି ସମୟ ବତୁରାଇ ଦିଅନ୍ତୁ । ଏହା ପରେ ଗ୍ୟାସରେ ଏକ ପାତ୍ର ବସାଇ ଖିରକୁ ଭଲ ଭାବେ ଫୁଟାନ୍ତୁ। ଖିର ଫୁଟିବା ପରେ ଏଥିରେ ବତୁରାଇଥିବା ସାବୁଦାନାକୁ ପକାଇ ୪ ରୁ ୫ ମିନିଟ ଗୋଳାନ୍ତୁ। କିଛି ସମୟ ପରେ କୋରା ହୋଇଥିବା ସେଓ, କାଜୁ, ବାଦାମ, କିସମିସ, ଗୁଜୁରାତି ଗୁଣ୍ଡକୁ ପକାଇ ଗୋଳାନ୍ତୁ। ଏବେ ଏଥିରେ ଚିନି ପକାଇ ୫ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢିଦିଅନ୍ତୁ। ଏହାପରେ କେସର , କଟା ହୋଇଥିବା ସେଓ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାବୁଦାନା ସେଓ ଖିରୀ।

Comments are closed.