ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା, ମନ୍ଦିରମାନଙ୍କରେ ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି ସଧବା ନାରୀ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ସକାଳୁ ମନ୍ଦିର ଗୁଡ଼ିକରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ନୂଆ ଶାଢୀ, ଚୁଡ଼ି, ସିନ୍ଦୂର ଓ ବିଭିନ୍ନଫଳ ଆଦି ନେଇ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି। ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ଦିନ ମହାସତୀ ସାବିତ୍ରୀ ପତିବ୍ରତା ନାରୀ ଭାବେ ଯମରାଜଙ୍କ ଠାରୁ ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଥିଲେ। ସେହିଦିନ ଠାରୁ ହିନ୍ଦୁ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରୁଛନ୍ତି।

Comments are closed.