ଘରେ ଘରେ ସାବିତ୍ରୀ ପୂଜା, ଆଧ୍ଯାତ୍ମିକ ପରିବେଶ

ସୁଆଣ୍ଡୋ: ଆଜି ଗୁରୁବାର ଘରେ ଘରେ ପୌରାଣିକ ତଥ୍ୟ ଉପରେ ଅଧାରିତ ସାବିତ୍ରୀ ପୂଜା ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଧବା ମହିଳାମାନେ ପ୍ରତିକାତ୍ମକ ଭାବେ ଏକ ଶିଳପୁଆକୁ ସ୍ନାନ କରି ହଳଦି ଦ୍ବାରା ମୂର୍ତ୍ତି ଗଢିଥିଲେ। ନୂଆ ଚନ୍ଦନ ସିନ୍ଦୁର ଦୁବ ଫୁଲ ଆଦି ମା ସାବିତ୍ରୀଙ୍କୁ ସଜେଇଥିଲେ। ଆମ୍ବ , ପଣସ, ସପୁରୀ, କଦଳୀ, ଲିଚୁ, ଖଜୁରୀକୋଳି, ଗଜାମୁଗ ନଡ଼ିଆପାତି ଆଦି ଫଳମୂଳ ସାବିତ୍ରୀଙ୍କୁ ଭୋଗଲାଗି ହୋଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ ଧୂପ ,ଦୀପ, କର୍ପୁର ଓ ଆଳତୀ ସହ ସାବିତ୍ରୀ ବ୍ରତ ବହି ପାଠ କରିଥିଲେ। ପରିବାରର ସମସ୍ତ ସଦସ୍ୟ ପ୍ରସାଦ ସେବା କରିଥିଲେ। ସଧବା ମହିଳାମାନେ ଏହି ପ୍ରସାଦ ସେବା ସହ ଉପବାସ ରହିଥିଲେ। ଏହି ସାବିତ୍ରୀ ପୂଜା ଓଡିଶାର ସବୁ ଅଞ୍ଚଳରେ ନିଷ୍ଠାର ସହ ପାଳନ କରାଯାଇଥିବା ସୂଚନା ମିଳିଛି।

Comments are closed.