ଶାବରୀମାଳାରେ ଅଣହିନ୍ଦୁଙ୍କ ପ୍ରବେଶ ପାଇଁ ହାଇକୋର୍ଟରେ କେରଳ ସରକାରଙ୍କ ଆବେଦନ

0

ନୂଆଦିଲ୍ଲୀ : କେରଳ ସରକାର ମଙ୍ଗଳବାର ଶାବରୀମାଳା ମନ୍ଦିରରେ ଅଣହିନ୍ଦୁ ମାନଙ୍କ ପ୍ରବେଶକୁ ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲାରେ କେରଳ ସରକାର କହିଛନ୍ତି, ଶାବରୀମାଳା ମନ୍ଦିର ଏକ ଐତିହାସିକ ଏବଂ ଧର୍ମନିରପକ୍ଷ ସ୍ଥଳ। ଧର୍ମ ଆଧାରରେ ଏହାର ଭକ୍ତମାନଙ୍କୁ ପ୍ରବେଶ ବନ୍ଦ କରିବା ଠିକ ନୁହେଁ ବୋଲି ସେ ମାମଲାରେ ଉଲ୍ଲେଖ କରିଛନ୍ତି। ବାବର ନାଡାଙ୍କ ସମୟରେ ମୁସଲମାନେ ଶାବରୀମାଳାରେ ପୂଜା କରୁଥିଲେ। ସେହିପରି ଆୟାପ୍ପା ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରଥମେ ଇମରୁଲି ସ୍ଥିତ ବାବର ମସଜିଦରେ ପାର୍ଥନା କରିବା ପରେ ଶାବରୀମାଳା ମନ୍ଦିରରେ ପୂଜା କରୁଥିଲେ। ବିଜେପି ନେତାଙ୍କ ମାମଲାରେ ରାୟ ଦେବା ପୂର୍ବରୁ ହାଇକୋର୍ଟ ବକ୍‍ଫ ବାର୍ଡ, ମୁସଲିମ ସଂଗଠନ, ବାବର ଟ୍ରଷ୍ଟ ଆଦି ସଂଗଠନକୁ ଡାକି ସେମାନଙ୍କ ପକ୍ଷ ଶୁଣିବା ଦରକାର ବୋଲି ମାମଲାରେ କହିଛନ୍ତି। ବିଜେପି ନେତା ଟିଜି ମୋହନଦାସ ଶାବରୀମାଳାରେ ହିନ୍ଦୁମାନଙ୍କ ପ୍ରବେଶ ନେଇ ପୂର୍ବରୁ ଏକ ମାମଲା ରୁଜୁ କରିଥିଲେ।
ଅନ୍ୟପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ୧୬ ନଭେମ୍ବରରେ ଖୋଲୁଥିବା ଶାବରୀମାଳା ମନ୍ଦିରକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି।

Leave A Reply