ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଖୋଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର

କେରଳ : କରୋନା କଟକଣା କାରଣରୁ ଅନେକ ଦିନ ହେବ ବନ୍ଦ ଥିବା କେରଳର ପ୍ରସିଦ୍ଧ ସାବରିମାଲା (ଆୟାପ୍ପା) ମନ୍ଦିର ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଖୋଲିଛି। ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୫ ଦିନ ପୂଜାପାଠ ପାଇଁ ମନ୍ଦିର ଖୋଲା ଯାଇଛି ବୋଲି ଏନେଇ ସାବରିମାଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଧି ପୂର୍ବକ ପୂଜାପାଠ ଆରମ୍ଭ କରାଯାଇଛି।


ଏହାସହ ସମସ୍ତ କରୋନା କଟକଣା ମାନି କେବଳ ୫ହଜାର ଭକ୍ତଙ୍କୁ ନେଇ ପୂଜାର୍ଚ୍ଚନା ହୋଇଛି। ଗାଇଡଲାଇନ ଅନୁଯାୟୀ ପୂର୍ବରୁ ଅନଲାଇନରେ ବୁକିଂ କରିଥିବା ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ସମସ୍ତ ଭକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ କରୋନାର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ସମସ୍ତ କଟକଣା ପାଳନ କରାଯିବ ବୋଲି କୁହାଯାଇଛି।

Comments are closed.