ସାର୍‍ଲୋରଲକ୍ସ ଓପନ ବ୍ୟାଡମିଣ୍ଟନ : ଶୁଭଙ୍କର ଚମ୍ପିଆନ

0

ସାର୍‍ବ୍ରୁକେନ(ଜର୍ମାନୀ) : ଭାରତର ଶୁଭଙ୍କର ଦେ’ ଏଠାରେ ଚାଲିଥିବା ସାର୍‍ଲୋରଲକ୍ସ ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶୁଭଙ୍କର ୨୧-୧୧, ୨୧-୧୪ ଗେମରେ ୫ମ ସିଡ୍‍ ଇଂଲଣ୍ଡର ରାଜୀବ ଔସେଫ୍‍ଙ୍କୁ ପରାସ୍ତ କରିଛନ୍ତି। ଏହା ଶୁଭଙ୍କରଙ୍କ କ୍ୟାରିୟରର ସବୁଠାରୁ ଉଲ୍ଲେଖନୀୟ ସଫଳତା। ସୂଚନାଯୋଗ୍ୟ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରିକ୍ୱାର୍ଟରରେ ଶୁଭଙ୍କର ପୂର୍ବତନ ବିଶ୍ୱ ଚମ୍ପିଆନ ତଥା ଅଲିମ୍ପିକ ସ୍ୱର୍ଣ୍ଣପଦକ ବିଜେତା ଚୀନର ଲିନ ଡାନ୍‍ଙ୍କୁ ହରାଇଥିଲେ।

Leave A Reply