ରିଲିଜ୍‍ ହେଲା ‘ସାଣ୍ଡ୍‍ କି ଆଁଖ୍‍’ର ନୂଆ ଗୀତ ‘ବେବି ଗୋଲ୍ଡ’

ମୁମ୍ବଇ : ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାଣ୍ଡ୍‍ କି ଆଁଖ୍‍’ର ଏକ ନୂଆ ଗୀତ ‘ବେବି ଗୋଲ୍ଡ’ ଶୁକ୍ରବାର ରିଲିଜ୍‍ ହୋଇଛି। ଗୀତରେ ତାପସୀ ଓ ଭୂମିଙ୍କ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳିଛି। ଦୁହେଁ ସାମାଜିକ ଗଣମାଧ୍ୟମରେ ଏହି ଗୀତକୁ ଶେୟାର କରିଛନ୍ତି। ଏହି ଗୀତକୁ ସୋନା ମହାପାତ୍ର ଓ ଜ୍ୟୋତିକା ଟାଙ୍ଗରୀ ଗାଇଛନ୍ତି। ବିଶାଲ ମିଶ୍ରା ଏହାର ସ୍ୱର ସଂଯୋଜକ ଥିବା ବେଳେ ଗୀତିକାର ରାଜ ଶେଖର ଏହି ଗୀତ ରଚନା କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଗୀତକୁ ଖୁବ୍‍ ପସନ୍ଦ କରାଯାଉଛି। ପୂର୍ବରୁ ମଧ୍ୟ ଏହି ଚଳଚ୍ଚିତ୍ରର କିଛି ଗୀତ ରିଲିଜ୍‍ ହୋଇ ସାରିଛି। ଅନୁରାଗ କଶ୍ୟପଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହୀରନନ୍ଦାନୀ। ଏହା ୨୫ ଅକ୍ଟୋବରରେ ପରଦାକୁ ଆସିବ।

Comments are closed.