ବର୍ଣ୍ଣ ବୈଷମ୍ୟବାଦ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ସାମିଙ୍କ ଆହ୍ବାନ

କିଙ୍ଗଷ୍ଟm : ୱେଣ୍ଟଇଣ୍ଡିଜ୍‌ ଟ୍ବେଣ୍ଟି୨୦ ବିଶ୍ବକପ ବିଜୟୀ ଦଳର ଅଧିନାୟକ ଡାରେନ୍‌ ସାମି ବର୍ଣ୍ଣବୈଷମ୍ୟବାଦକୁ ନେଇ ସ୍ବର ଉତ୍ତୋଳନ କରିଛନ୍ତି। ଏଥିନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସହିତ ସମଗ୍ର କ୍ରିକେଟ ଦେଶ ଗୁରୁତର ସହିତ ନେବାକୁ ସାମି ଆହ୍ବାନ ଦେଇଛନ୍ତି। ଅଲ୍‌ରାଉଣ୍ଡର ସାମି କହିଛନ୍ତି ଯେ, ଆଫ୍ରିକା- ଆମେରିକାରେ ଏବେ ବର୍ଣ୍ଣ ବୈଷମ୍ୟବାଦ ଦେଖିବାକୁ ମିଳୁଛି। ବୈଷମ୍ୟବାଦର ଶିକାର ହୋଇ ୪୬ ବର୍ଷ ବୟସ୍କ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ହୋଇଛି। ଗତ ସପ୍ତାହରେ ଉକ୍ତ ଆଫ୍ରିକୀୟ ବ୍ୟକ୍ତିଙ୍କୁ ୟୁଏସ୍‌ଏ ପୁଲିସ ହାତରେ ହ୍ୟାଣ୍ଡକପ ପକାଇବା ସହିତ ବର୍ଣ୍ଣ ବୈଷମ୍ୟବାଦ ନେଇ ନିର୍ଯ୍ୟାତନା ମଧ୍ୟ ଦେଇଥିଲା। ଉକ୍ତ ଘଟଣା ସାରା ବିଶ୍ବରେ ଆଲୋଡନ ମଧ୍ୟ ସୃଷ୍ଟି କରିଛି। ଯାହାକୁ ସାମି ଟ୍ବିଟ୍‌ର ପେଜ୍‌ରେ ପୋଷ୍ଟ କରିଛନ୍ତି। ମୁଁ ଓ ମୋ ଭାଇ ମଧ୍ୟ ବର୍ଣ୍ଣବୈଷ୍ୟମବାଦର ଶିକାର ହୋଇଛୁ। କେବଳ ଆମେରିକାରେ ନୁହେଁ ସାରା ବିଶ୍ବରେ ମଧ୍ୟ ନିୟମିତ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଛି ବୋଲି ସାମି କହିଛନ୍ତି। କ୍ରିକେଟ ଏଭଳି ବର୍ଣ୍ଣବୈଷମ୍ୟବାଦଠାରୁ ଦୂରରେ ରହିବା ଆବଶ୍ୟକ। ଆଇସିସି ଓ ଅନ୍ୟ କ୍ରିକେଟ ବୋର୍ଡ ଘଟଣାକୁ ହାଲ୍‌କା ଭାବେ ନ ନେଇ ଗୁୁରୁତର ସହିତ ନେବା ଆବଶ୍ୟକ ବୋଲି ସାମି ମତ ଦେଇଛନ୍ତି।

Comments are closed.