ଦକ୍ଷିଣ ଆଫ୍ରିକା ୧୬୨ରେ ଅଲଆଉଟ; ଦ୍ବିତୀୟ ଇନିଂସରେ ୧୬/୨

ରାଞ୍ଚି: ଭାରତ ବିପକ୍ଷ ୩ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍‌ ହୋଇଯାଇଛି। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ କ୍ରମାଗତ ଭାବେ ୱିକେଟ ହରାଇ ଚାଲିଥିଲା। ଦଳ ଭାରତର ୪୯୭ ରନ ଜବାବରେ ମାତ୍ର ୧୬୨ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ଫଲୋଅନ ଦିଆଯିବା ପରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଖେଳ ଆରମ୍ଭ କରିଛି। ୨ୟ ଇନିଂସରେ ମଧ୍ୟ ଦଳ ବିପର୍ଯ୍ୟୟର ସାମ୍ନା କରିଛି। ଦଳ ୫.୨ ଓଭରରେ ୨ ୱିକେଟ ହରାଇ ୧୬ ରନର ସଂଗ୍ରହ କରିଛି। ଉମେଶ ଯାଦବ ଏବଂ ମହମ୍ମଦ ସାମି ଗୋଟିଏ ଲେଖାଏ ୱିକେଟ ହାସଲ କରିଛନ୍ତି।

Comments are closed.