ଦକ୍ଷିଣ ଏସୀୟ କ୍ରୀଡ଼ା: ଭାରତ ମହିଳା ଫୁଟବଲ​ ଚମ୍ପିଆନ; ଜବାମଣିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର : ନେପାଳର କାଠମାଣ୍ଡୁରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଫୁଟବଲ ଦଳ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ସୋମବାର ପୋଖରାରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୨-୦ ଗୋଲରେ ଘରୋଇ ନେପାଳକୁ ପରାସ୍ତକରି ଚମ୍ପିଆନ ହୋଇଛି। ଭାରତ ପକ୍ଷରୁ ଅଭିଜ୍ଞ ଷ୍ଟ୍ରାଇକର ବାଲା ଦେବୀ ଖେଲର ୧୮ ଓ ୫୬ତମ ମିିନିଟ୍‌ରେ ୨ଟି ଗୋଲ ସ୍କୋର କରିଥିଲେ। ଭାରତୀୟ ଦଳ ପକ୍ଷରୁ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଜବାମଣି ଟୁଡୁ ପ୍ରତିନିଧିତ୍ବ କରିଥିଲେ। ଜବାମଣି ପ୍ରତିଯୋଗିତାର ସମସ୍ତ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ମୟୂରଭଞ୍ଜ ଜିଲାର ଜବାମଣି ଭାରତୀୟ ଦଳ ପକ୍ଷରୁ ନିୟମିତ ଭାବେ ପ୍ରତିନିଧିତ୍ବ କରି ଆସୁଛନ୍ତି।

Comments
Loading...