ରକେଟ୍‌ ଇଂଜିନିୟରିଂ ଏକ୍ସପର୍ଟ ଏସ୍‌ ସୋମନାଥ ହେଲେ ଇସ୍ରୋର ଅଧ୍ୟକ୍ଷ

ନୂଆଦିଲ୍ଲୀ – ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟରର ନିର୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍‌ ସୋମନାଥଙ୍କୁ ଇସ୍ରୋର ଅଧ୍ୟକ୍ଷ ଭାବେ ନିୟୁକ୍ତି ଦିଆଯାଇଛି । ଥିରୁବନନ୍ତପୁର ସ୍ଥିତ ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିବା ଏସ୍‌ ସୋମନାଥ ଜଣେ ଉଚ୍ଚକୋଟୀର ରକେଟ୍‌ ଇଂଜିନିୟର ଏବଂ ଏରୋସ୍ପେସ୍‌ ଇଂଜିନିୟର ।

ଏହା ପୂର୍ବରୁ ସେ ଲିକ୍ୱିଡ୍‌ ପ୍ରୋପଲସନ୍‌ ସିଷ୍ଟମ୍‌ ସେଣ୍ଟର ମୁଖ୍ୟ ଥିଲେ । ଇସ୍ରୋରେ ରକେଟ୍‌ ବିକାଶ କରିବାରେ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି । ସେ ଲଚିଂ ଭେହିକିଲ୍‌ର ଡିଜାଇନ୍‌ ତିଆରି କରିବାରେ ବେଶ୍‌ ଦକ୍ଷ । ଷ୍ଟ୍ରକଚରାଲ୍‌ ଡିଜାଇନ୍‌, ଲଚିଂ ଭେହିକିଲ୍‌ ଷ୍ଟ୍ରକଚରାଲ୍‌ ଡିଜାଇନ୍‌ , ଷ୍ଟ୍ରକ୍ଚରାଲ୍‌ ଡାଇନାମିକସ୍‌ ଏବଂ ପାଇରୋଟେକ୍ନିକ୍ସରେ ବେଶ୍‌ ପାରଙ୍ଗମ ।

ଇସ୍ରୋ ମୁଖ୍ୟ ବନିବା ପୂର୍ବରୁ ସେ ଜିସାଟ୍‌ – ଏମ୍‌କେ ୧୧ର କାର୍ଯ୍ୟରେ ନିୟୋଜିତ ଥିଲେ । ଅନ୍ତରୀକ୍ଷରେ ଅତି ଭାରି କୃତ୍ରିମ ଉପଗ୍ରହ କିପରି ପ୍ରେରଣ କରାଯାଇ ପାରିବେ ସେଥିପାଇଁ ସେ କାର୍ଯ୍ୟକରୁଥିଲେ ।
ଏସେ ଏର୍ଣ୍ଣାକୁଲମ୍‌ରେ ପ୍ରି ଡିଗ୍ରୀ ପଢିବା ସହ କେରଳ ବିଶ୍ୱ ବିଦ୍ୟାଳୟର ଟିକେଏମ୍‌ କଲେଜ୍‌ ଅଫ୍‌ ଇଂଜିନିରିଂରେ ପଢିଥିଲେ । ସେ ମେକାନିକାଲ୍‌ ଇଂଜିନିୟର । ଏହାପରେ ଏଣ୍ଡିଆନ୍‌ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ସାଇନ୍ସରେ ଏରୋସ୍ପେସ୍‌ ଇଂଜିନିରିଂରେ ମାଷ୍ଟର ଡିଗ୍ରୀ କରିଥିଲେ । ରକେଟ୍‌ ଡାଇନାମିକ୍ସରେ ସେ ବେଶ୍‌ ଦକ୍ଷତା ହାସଲ କରିଛନ୍ତି ।

Comments are closed.