ଜହ୍ନେଇ ନାଳ ପୋଲ ପାଖ କାଦୁଅ ପଚପଚ, ଗମନାଗମନ ବାଧାପ୍ରାପ୍ତ

ପାଟଣା : ପାଟଣା-ବାଉଁଶୁଳି ରାସ୍ତାର ଜଡିଚାତର ନିକଟରେ ଜହ୍ନେଇ ନାଳରେ ଉଚ୍ଚ ପୋଲ ନିର୍ମାଣ କରାଯାଇଛି । ଏହି ପୋଲକୁ ମୁଖ୍ୟ ରାସ୍ତା ସହ ସଂଯୋଗ ପାଇଁ ଠିକାଦାର ମୁଖ୍ୟରାସ୍ତା ସହ ପୋଲ ସଂଯୋଗୀକରଣ ରାସ୍ତାରେ ଦେଢ଼ ଫୁଟ ଉଚ୍ଚର ମାଟି ପକାଇଥିଲେ । ଗତକାଲି ପ୍ରବଳ ବର୍ଷା କାରଣରୁ ଏହି ମାଟି ଗୁଡିକ କାଦୁଅ ପଚପଚ ହେବା ସହ ଧୋଇଯାଇ ଆପ୍ରୋଚ ରୋଡ଼ରେ ମିଶିବା ସହ ଆପ୍ରୋଚ ରୋଡ଼ରେ ନାଳ ପାଣି ଆସିବାରୁ ଗମନାଗମନ ବାଧା ପ୍ରାପ୍ତ ହୋଇଥିଲା । ଯାହାଫଳରେ ଯାନବାହାନ ଓ ବାଇକ ଆରୋହୀଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଥିଲା । ଯଥା ଶୀଘ୍ର ଏହି ରାସ୍ତାରେ ମେଣ୍ଟାଲିଂ କରାଯିବାକୁ ଅଞ୍ଚଳ ବାସୀ ଦାବି ଜଣାଇଛନ୍ତି ।

Comments are closed.