ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ସ୍ଥଗିତ

0

କଟକ : ଓଡ଼ିଶା ହାଇକୋର୍ଟ ଆଇନଜୀବୀ ସେମାନଙ୍କର ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ ମହାନ୍ତିଙ୍କଠାରୁ ସୂଚନା ମିଳିଛି। ହାଇକୋର୍ଟରେ ମଂଜୁରୀପ୍ରାପ୍ତ ବିଚାରପତିଙ୍କ ପଦ ପୂରଣ ଦିଗରେ ମୁଖ୍ୟ ବିଚାରପତି ଚଳିତ ମାସ ୩୧ ସୁଦ୍ଧା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୋମବାର ଅନୁଷ୍ଠିତ ହାଇକୋର୍ଟ ବାର୍‌ର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଆସନ୍ତାକାଲି ମଙ୍ଗଳବାରଠାରୁ ହାଇକୋର୍ଟ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତମାସ ୧୨ ତାରିଖରୁ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ।

Leave A Reply