୩ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ

0

ଭୁବନେଶ୍ୱର : ରାଜ୍ୟରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ସୋମବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ । ୧୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୧୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ ଏବଂ ଆବଶ୍ୟକ ହେଲେ ମାର୍ଚ୍ଚ ୨୩ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନା ଯୋଗ୍ୟ ରାଜ୍ୟର ୩ଜଣ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲୀପ ତିର୍କୀଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୩ ତାରିଖରେ ଶେଷ ହେଉଛି।

Leave A Reply