ଏମିତି ବନାନ୍ତୁ ସ୍ୱାଦିଷ୍ଟ ରୁଟି

0

ସବୁଦିନ ଆମେ ରୁଟି କଲା ବେଳେ ସେହି ନିର୍ଦ୍ଦିଷ୍ଟ ପ୍ରଣାଳି ଓ ଧାରାରେ ରୁଟି କରିଚାଲିଛେ। ସେଥିରେ କେବେ ପରିବର୍ତ୍ତନ ଆଣିବା ଚିନ୍ତା ଆମ ମୁଣ୍ଡରେ ଢୁକି ନଥାଏ। ତେବେ ରୁଟିକୁ ଆଉ ଟିକେ ସ୍ୱାଦିଷ୍ଟ ଓ ରୁଚିପୂର୍ଣ୍ଣ କରିବା ପାଇଁ ଆମେ ନିମ୍ନୋକ୍ତ ପ୍ରକାରେ ରୁଟିକୁ ବି ତିଆରି କରିପାରିବା।
– ରୁଟି ବେଲିବା ସମୟରେ ଅଟା ବଦଳରେ ମଇଦା ବ୍ୟବହାର କଲେ ରୁଟି ଅଧିକ ସଫେଦ ଓ ସୁନ୍ଦର ହେବ।
– ଗହମ ଅଟାରେ ଅଳ୍ପ କିଛି ଚାଉଳ ଅଟା ମିଶାଇ ଚକଟିଲେ ରୁଟି ହଲ୍‍କା ଓ ସୁପାଚ୍ୟ ହେବ।
– ବେଳେବେଳେ ପାଣିରେ ଅଟା ନ ଚକଟି କ୍ଷୀର, ଦହି, ପାଚିଲା କଦଳୀ, ସିଝା ଆଳୁ ଦେଇ ଚକଟନ୍ତୁ। ଏହା ରୁଟିକୁ ଅଧିକ ସ୍ୱାଦଯୁକ୍ତ କରାଇବା ସହିତ ପୌଷ୍ଟିକତା ମଧ୍ୟ ପ୍ରଦାନ କରିବ।
– ଗହମ ଅଟାରେ ବେସନ, ସୋୟାବିନ୍‍ ଅଟା, ଯଅ ଅଟା ଆଦି ମିଶାଇ କଲେ ରୁଟିର ସ୍ୱାଦ ବଦଳିବା ସହିତ ଅଧିକ ସ୍ୱାଦିଷ୍ଟ ହୋଇଥାଏ।
– ପିଲାମାନଙ୍କ ପାଇଁ ରୁଟି କଲା ବେଳେ ଗୋଲ ନକରି ଅନ୍ୟାନ୍ୟ ଆକୃତିର ଯେମିତି ପତ୍ର, କୌଣସି ଫୁଲ, କାର୍ଟୁନ୍‍ ଆକାରର କରନ୍ତୁ। ପିଲାମାନେ ଏହାକୁ ଦେଖି ଖୁସିରେ ଖାଇବେ।
– ବଡ଼ ବଡ଼ ଜାଲି ଥିବା ଚଲାରେ ଅଟା ଚଲାନ୍ତୁ। ଏଥିରେ ଅଟା ସହିତ ଚୋକଡ଼ ବି ଗଳିଯିବ। ସେଥିରେ ରୁଟି କରନ୍ତୁ। ପାଚିଲା ଆମ୍ବ ସହିତ ରୁଟି ଖାଆନ୍ତୁ। ଭଲ ଲାଗିବ। ତେବେ ଅଟାରେ ଲୁଣ ପକାଇବାକୁ ଭଲନ୍ତୁ ନାହିଁ।

Leave A Reply