ଅଧିକ ଘାତକ ହେବ ‘ରୁସ୍ତମ-୨’

ନୂଆଦିଲ୍ଲୀ: ଭାରତର ଜଟିଳ ଭୌଗଳିକ ସ୍ଥିତି ଏବଂ ପ୍ରତିରକ୍ଷା ସମସ୍ୟାର ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ସ୍ବଦେଶୀ ଡ୍ରୋନ ‘ରୁସ୍ତମ-୨’କୁ ଅଧିକ ଘାତକ କରିଛି। ଏହି ଡ୍ରୋନ ମଧ୍ୟମ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରିବାରେ ସମର୍ଥ ହେବା ଲାଗି ଡିଆରଡିଓ ପ୍ରସ୍ତୁତ କରିଛି। ଆସନ୍ତା ଏପ୍ରିଲରୁ ଏହି ଡ୍ରୋନ ୨୭ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ। ଗତ ଶୁକ୍ରବାର ଏହି ଡ୍ରୋନର ଏକ ପ୍ରୋଟୋଟାଇପ୍ର ସଫଳ ପରୀକ୍ଷଣ ହୋଇଯାଇଛି।
ସ୍ବଦେଶୀ ଡ୍ରୋନ ଜ୍ଞାନକୌଶଳ ବିକାଶ ଦୃଷ୍ଟିରୁ ଡିଆରଡିଓ ସୈନ୍ୟ ଉପକରଣଗୁଡ଼ିକୁ ଅତ୍ୟାଧୁନିକ କରିବାରେ ଉଦ୍ୟମ ଚଳାଇଛି। ଏହି କ୍ରମରେ ‘ରୁସ୍ତମ-୨’ ମଧ୍ୟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରି ପାରୁଥିବା ଅତ୍ୟାଧୁନିକ ମାନବବିହୀନ ବିମାନ ବା ଡ୍ରୋନ ହେବ।