ରୁଷର ସୈନିକ ସ୍କୁଲରେ ଗାନ କରାଯାଉଛି ‘ଏ ବତନ୍ ଏ ବତନ୍..’ ଗୀତ, ଭିଡିଓ ଦେଖି ଲୋକେ ରୋମାଞ୍ଚିତ

ମୁମ୍ବଇ: ଭାରତୀୟ ସିନେମାର ଦେଶଭକ୍ତି ଗୀତ ଏବେ ସୀମା ପାର ବିଦେଶରେ ଦେଶର ନାଁ ଉଜ୍ଜ୍ୱଳ କରୁଛି। ନିକଟରେ ‘କେଶରୀୟା’ ଚଳଚ୍ଚିତ୍ରର ଗୀତ ‘ତେରି ମିଟ୍ଟି..’ ବେଲୁଚିସ୍ତାନରେ ସମ୍ମାନର ସହ ଗାନ କରାଯାଇଥିବା ବେଳେ ଏବେ ‘ଶହୀଦ’ ଚଳଚ୍ଚିତ୍ରର ଲୋକପ୍ରିୟ ଦେଶଭକ୍ତି ଗୀତ ‘ଏ ବତନ ଏବତନ..’ ରୁଷର ସୈନିକ ସ୍କୁଲରେ ବାଜୁଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଭାରତୀୟଙ୍କ ମନ ଖୁସିରେ ବିଭୋର ହେବା ସହ ଦେଶଭକ୍ତିର ଭାବରେ ରୋମାଞ୍ଚିତ ହୋଇ ଉଠିଛନ୍ତି।

ବଲିଉଡ଼ର ବରିଷ୍ଠ ଅଭିନେତା ଅନୁପମ ଖେର ଏହି ଭାବ ଉଦ୍ରେକ କରାଉଥିବା ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓ ଦେଖି ଲୋକେ ଦେଶଭକ୍ତିରେ ବିଭୋର ହୋଇ ଅନେକ କମେଣ୍ଟ କରିଛନ୍ତି। ଏହାସହିତ ରୁଷ୍ ଭାରତର ସର୍ବୋତ୍ତମ ବନ୍ଧୁ ବୋଲି ପୁଣିଥରେ ପ୍ରମାଣିତ ହୋଇଛି।

ଭିଡିଓ ଶେୟାର କରି ଅନୁପମ ଲେଖିଛନ୍ତି, ଶହୀଦ ଫିଲ୍ମର ଏହି ଗୀତ ମୋର ସବୁଠୁ ପ୍ରିୟ ଦେଶଭକ୍ତି ଗୀତ। ରୁଷର ସୈନିକ ସ୍କୁଲର କ୍ୟାଡେଟମାନେ ସକାଳୁ ଏହି ଗୀତ ଗାଉଛନ୍ତି ଦେଖି ରୋମାଞ୍ଚିତ ହେଲି। ଜୟ ହୋ, ଜୟ ହିନ୍ଦ୍।

ଏହି ଭିଡିଓକୁ ସମସ୍ତେ ଖୁବ୍ ପସନ୍ଦ କରିଛନ୍ତି ଓ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୨ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି।

Comments are closed.