୬୦ ଟନ ଡାକ୍ତରୀ ଉପକରଣ ନେଇ ଆମେରିକାରେ ପହଁଚିଲା ରୁଷ ସାମରିକ ବିମାନ

ନ୍ୟୁୟର୍କ: କରୋନା ମହାମାରୀ ମୁକାବିଲା ଦିଗରେ ସହାୟତା ସ୍ୱରୂପ ରୁଷର ଏକ ସାମରିକ ବିମାନ ପ୍ରାୟ ୬୦ ଟନ ଡାକ୍ତରୀ ଉପକରଣ ନେଇ ଆମେରିକାର ଜନ ଏଫ କେନେଡି ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି। ବୁଧବାର ଅପରାହ୍ନରେ ଏହା ଅବତରଣ କରିଥିବା ରୁଷ ସରକାର ସ୍ପଷ୍ଟ କରିଛନ୍ତି। ମସ୍କୋ ବାହାରେ ଥିବା ଏକ ଏୟାରଫିଲ୍ଡରୁ ଏହି ସାମରିକ ବିମାନ ମେଡିକାଲ ଉପକରଣ ସହ ଉଡ଼ାଣ କରିଥିଲା।

କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପସ୍କୋଭ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି ମାନବିକ ସହାୟତାକୁ କୃତଜ୍ଞତାର ସହ ଗ୍ରହଣ କରିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣ ଯୋଗୁ ଆମେରିକାରେ ସର୍ବାଧିକ ହାନି ହୋଇଥିବାରୁ ସେଠାକୁ ଜୀବନ ରକ୍ଷା କରିବା ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି ଏବଂ ଆମେରିକାକୁ ସାହାଯ୍ୟ କରିବାକୁ ୬୦ ଟନ୍ ମେଡିକାଲ୍ ଉପକରଣ ପଠାଯାଇଛି ଯେଉଁଥିରେ ଭେଣ୍ଟିଲେଟର, ମାସ୍କ ଏବଂ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ରହିଛି।

Comments are closed.