ଯୁଦ୍ଧର ପ୍ରଭାବ ; ରେକର୍ଡ ଭାଙ୍ଗୁଛି ସୁନା-ରୁପା ଦର

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୧୨ ଦିନରେ ଯୁଦ୍ଧ ପହଞ୍ଚି ସାରିଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ଶେୟାର ବଜାର,ଅଶୋଧିତ ତୈଳ ଠାରୁ ଆରମ୍ଭ କରି ସୁନା ଦର ଉପରେ ମଧ୍ୟ ଦେଖାଯାଇଛି। ଅନେକ ମୂଲ୍ୟବାନ ଧାତୁର ମୂଲ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି। ଆକାଶ ଛୁଆଁ ହେଉଛି ସୁନା ଓ ରୁପା ଦର। ଏମସିଏକ୍ସରେ ସୋମବାର ସୁନାର ମୂଲ୍ୟ ୫୩ ହଜାର ଟଙ୍କା ପହଞ୍ଚିଛି। ଏଥିରେ ୧.୯୯ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରତି ୧୦ ଗ୍ରାମରେ ସୁନାର ଦାମ୍‍ ୫୩,୬୦୫ ଟଙ୍କା ପହଞ୍ଚି ସାରିଛି।
ସେହିପରି ରୁପାର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇ ଚାଲିଛି। ଏହାର ମୂଲ୍ୟ ୭୦ ହଜାର ଟଙ୍କା ପାର୍‍ ହୋଇ ସାରିଛି। ସୋମବାର ରୁପାର ମୂଲ୍ୟ ୨.୩୭ ପ୍ରତିଶତ ବୃଦ୍ଧି ପାଇଛି। ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ ବୃଦ୍ଧି ପାଇ ୭୦,୮୦୦ରେ ପହଞ୍ଚିଛି।

Comments are closed.