ଛକର ନାଁ ‘ରୁପାଲି’

ରାଜଧାନୀର ବିଭିନ୍ନ ଛକ ପଛରେ ରହିଛି ଚମତ୍କାର କାହାଣୀ। ଏମିତି କିଛି ଛକ ପଛର କାହାଣୀକୁ ନେଇ ଆମର ଏହି ପରିକଳ୍ପନା....।

ଉତ୍ତରଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପୁରାତନ ରୂପରେଖ ଯେମିତି ଗଛଲତା, ବିଭିନ୍ନ ପଶୁପକ୍ଷୀଙ୍କ କୋଳାହଳରେ ପରିପୂର୍ଣ୍ଣ ଥିଲା ଏବେ ତାହା ଦେଖିବାକୁ ମିଳୁନି। ୧୯୭୦ ମସିହା ବେଳକୁ ଜନପଥଟି ୱାନ୍‍ୱେ ଭାବେ ଲମ୍ବିଥିଲା। ଯାତାୟାତର ସେପରି ସୁବିଧା ନଥିଲା।

ସେହି ସମୟରେ ବିଶ୍ୱାଳ ବାବୁ ବୋଲି ଜଣେ ଲୋକ ରୁପାଲି ଛକରେ ଏକ ଝୁମ୍ପୁଡ଼ି ହୋଟେଲ କରିଥିଲେ। ଯାହାର ନାମ ହୋଟେଲ ରୁପାଲି ରଖିଥିଲେ। ସେହି ନାମ ଏତେ ପ୍ରସିଦ୍ଧି ହେଲା ସମୟକ୍ରମେ ଏହା ରୁପାଲି ଛକ ବୋଲି କୁହାଗଲା। କିଛି ଦିନ ସହିଦନଗର ଛକ କୁହାଯାଉଥିଲା କିନ୍ତୁ ତାହା ସମ୍ଭବ ହେଲା ନାହିଁ। ସେହି ରୁପାଲି ଛକ ନାମ ସର୍ବତ୍ର ପରିଚିତ ହୋଇଛି। ସେହି ହୋଟେଲ ଆଉ ଏଠାରେ ନାହିଁ। ପ୍ରାୟ ୧୦/୧୫ ବର୍ଷ ତଳୁ ଏହା ନିଶ୍ଚିହ୍ନ ହୋଇଗଲାଣି। ସେହି ସ୍ଥାନରେ ଏବେ ମାର୍କେଟ କଂପ୍ଲେକ୍ସ ଓ ମଲ୍‍ ଖୋଲିବାକୁ ଯାଉଛି। ବର୍ତ୍ତମାନ ପୂର୍ବ ସ୍ଥିତି ଆଉ ନାହିଁ। ରାସ୍ତା ପ୍ରଶସ୍ତୀକରଣ ସହିତ ସ୍ମାର୍ଟସିଟିର ଚିତ୍ର ବଦଳି ଯାଇଛି। ଯାହା ଆକାଶ ପାତାଳ ଫରକ ବୋଲି ସମାଜସେବୀ ଡା. ଜଗନ୍ନାଥ ମହାପାତ୍ର ମତବ୍ୟକ୍ତ କରିଛନ୍ତି।

Comments are closed.