୪୬ ଲକ୍ଷ ଟଙ୍କା ଉଡାଇଲେ ଦଶମ ଶ୍ରେଣୀ ଛାତ୍ର, ସ୍କୁଲରେ ବାଣ୍ଟିଲେ ମୋବାଇଲ୍‌ ଓ କାର

0

ଭୋପାଳ: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦଶମ ଶ୍ରେଣୀରେ ଜଣେ ଛାତ୍ର ଘରୁ ୪୬ ଲକ୍ଷ ଟଙ୍କା ଆଣିବା ପରେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରି ସାରି ଦେଇଛି । ସେ ୪୬ ଲକ୍ଷ ଟଙ୍କା ନିଜ ସାଙ୍ଗମାନଙ୍କୁ ବାଣ୍ଟି ଦେଇଛି  । ସେ ବିଦ୍ୟାଳୟରେ ଜଣେ ଶ୍ରମିକଙ୍କ ପୁଅକୁ ୧୫ ଲକ୍ଷ ଟଙ୍କା ଓ ନିଜର ଘରକୁ ଦିଆଯାଉଥିବା ପାଠ କରିବା ପାଇଁ ଅନ୍ୟ ଜଣେ ଛାତ୍ରକୁ ୩ ଲକ୍ଷ ଟଙ୍କ ଦେଇ ଦେଇଥିବା ଜଣା ପଡିଛି । ଛାତ୍ରର ପିତା ଜଣେ ବିଲଡର୍‌ ।

ଫ୍ରେଣ୍ଡସିପ୍‌ ଡେ ବା ବନ୍ଧୁତାର ଦିନରେ ଛାତ୍ର ଜଣଙ୍କ ବିଭିନ୍ନ ସାଙ୍ଗମାନଙ୍କୁ ଉପହାର ଦେଇଥିଲେ। ଉପହାରରେ କାର୍‌ ସହ ଦାମିକା  ମୋବାଇଲ୍‌ ବି ଦୋଇଥିଲା । ଟ୍ୟୁସନ୍ର ୩୫ ଜଣ ସାଙ୍ଗୁ ସେ ମୋବାଇଲ୍‌ ଫୋନ୍‌ କିଣି ଉପହାରର ଦେଇଛନ୍ତି । କିଛି ସାଙ୍ଗଙ୍କୁ ସେ  ରୂପାର କଢା ଉପହାରରେ ଦେଇଥିଲା ।

ଛାତ୍ରଙ୍କ ପିତା ଜଣେ ବିଲଡର୍‌ ହୋଇଥିବାରୁ ସେ  ତାଙ୍କ ଆଲମାରୀରେ ପ୍ରାୟ ୬୦ ଲକ୍ଷ ଟଙ୍କା ରଖିଥିଲେ । ପରେ ସେ ଟଙ୍କା କମ୍‌ ଥିବା ଜାଣି ପାରିଥିଲେ । ଏହାପରେ ସେ ଥାନାରେ ଏ ବିଷୟରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଟଙ୍କା ଚୋରି ହୋଇ ନଥିବା କଥା ପଲୁସ ସନ୍ଦେହ କରିଥିଲା । ଘରର ଜଣ ଜଣଙ୍କୁ ଜେରାକରିବା ବେଳେ  ବିଲଡରଙ୍କ ପୁଅ ଟଙ୍କ ନେଇଥିବା କଥା ସ୍ୱୀକାର କରିଥିଲା । ଏହାପରେ ସେ କେଉଁମାନଙ୍କୁ ଟଙ୍କା ଦେଇଥିଲା ତାହାର ତାଲିକା ପୁଲିସକୁ ଦେଇଥିଲା । ପୁଲିସ ଏବେ ଟଙ୍କାସବୁ ଆଦାୟ କରିବା ପାଇଁ ଚେଷ୍ଟା କରୁଛି ।

Leave A Reply