ଅଭିନେତ୍ରୀ ରୂପଲ ପଟେଲ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବଇ: ଟେଲି ଅଭିନେତ୍ରୀ ରୂପଲ ପଟେଲ ଡାକ୍ତରଖାନାରେ ହୋଇଛନ୍ତି। ‘ସାଥ ନିଭାନା ସାଥିଆ’ ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ରୂପଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ କିଛିଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି ଏବଂ ଖୁବଶୀଘ୍ର ସେ ଡାକ୍ତରଖାନାରୁ ଘରକୁ ଫେରିବେ ବୋଲି ରୂପଲଙ୍କ ସ୍ୱାମୀ ରାଧା କ୍ରୀଷ୍ଣ ଦତ୍ତ ସ୍ପଷ୍ଟ କରିଛନ୍ତି। ସେ ମୁମ୍ବଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ କେଉଁ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ତାହା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

 

Comments are closed.