ବିନା ଭକ୍ତରେ ରୂପଦେଇପୁର ଶ୍ରୀ ଜିଉଙ୍କ ସ୍ନାନ ଯାତ୍ରା

ବଳଙ୍ଗା : ବଳଙ୍ଗା ଥାନା ରୂପଦେଇପୁର ପଞ୍ଚାୟତ ତଥା ଗ୍ରାମସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଧ୍ୟରାତ୍ରରେ ଚତୁର୍ଦ୍ଧାମୂର୍ତ୍ତିମାନଙ୍କୁ ପରମ୍ପରା ଅନୁଯାୟୀ ସେବାୟତଙ୍କ ସହଯୋଗ ବ୍ରାହ୍ମଣ ମହାଜନଙ୍କ ଦ୍ଵାରା ସ୍ନାନ ମଣ୍ଡପରେ ଅବସ୍ଥାନ କରିଥିଲେ। ନିକଟସ୍ଥ ଭାର୍ଗବୀ ନଦୀରୁ ୧୦୮ ମାଟି କଳସୀରେ ଅଣାଯାଇଥିବା ଜଳରେ ସ୍ନାନ କରାଯିବା ପରେ ପର୍ଯ୍ୟାୟ କ୍ରମେ ଶ୍ରୀ ଜିଉ ମାନଙ୍କୁ ହାତୀ, ତୁଳସୀ ଏବଂ ପଦ୍ମ ବେଶରେ ବିଭୂଷଣ କରାଯାଇଥିଲା। ଚଳିତ ବର୍ଷ କରୋନା ସତର୍କତା ସାମାଜିକ ଦୁରତା ଯୋଗୁଁ ଭକ୍ତମାନେ ବ୍ୟକ୍ତିଗତ ଭୋଗରୁ ବଞ୍ଚିତ ହୋଇ ଏକତ୍ର ଯାହାକି କୋଠ ଭୋଗ ହୋଇଥିବା ଜଣାପଡିଛି। ସମସ୍ତ ନୀତିକାନ୍ତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ପିଣ୍ଡିକୁ ବିଜେ କରାଯାଇଥିଲା। କରୋନା ସତର୍କତା ଯୋଗୁଁ ପ୍ରସିଦ୍ଧ ନାଗା ନୃତ୍ୟ, ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ, ଶାଢ଼ୀ, ଶିରିପା ପ୍ରଦାନ ଉତ୍ସବ ବନ୍ଦ କରି ଦିଆଯାଇଅଛି। ଉକ୍ତ ମନ୍ଦିର ଖ୍ରୀ. ୧୬୦୦ ନିର୍ମାଣ ହେବା ସହିତ ରଥଯାତ୍ରା ବ୍ୟତୀତ ପୁରୀ ଶ୍ରୀମନ୍ଦିର ଆଧାରରେ ପ୍ରାୟତଃ ଏଠାରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ପୂଜକ ମାନଙ୍କ ଠାରୁ ପ୍ରକାଶ। ସାମାଜିକ ଦୁରତା ମାସ୍କ ପରିଧାନ ସାନିଟାଇଜର ତଥା ପ୍ରଶାସକ ନିର୍ଦେଶ କ୍ରମେ ସିମିତ ପୂଜକ ଓ ସେବାକାରୀଙ୍କ ଦ୍ଵାରା ସ୍ନାନ ଯାତ୍ରା ସମାହିତ ହୋଇଥିବା ଶ୍ରୀ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ବିଜେ ରୂପଦେଇପୁର ମନ୍ଦିର ମୈରସ ନ୍ୟାସୀ ନଳିନୀ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ। ସ୍ନାନ ଯାତ୍ରା ରେ କୋଭିଡ ୧୯ ସତର୍କତା କାର୍ଯ୍ୟକାରୀ କରିବାରେ ସରପଞ୍ଚ ପ୍ରଦୀପ କୁମାର ମିଶ୍ର ଓ ବଳଙ୍ଗା ପୁଲିସର ଗୁରୁତ୍ବ ପୁର୍ଣ୍ଣ ଭୁମିକା ଦେଖିବାକୁ ମିଳିଥିଲା।