ନିମାପଡ଼ା ବିକାଶ ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ନିମାପଡ଼ା: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ନିମାପଡ଼ା ବିକାଶ ପରିଷଦ ପକ୍ଷରୁ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏଥିରେ ପରିଷଦର ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ସ୍ଵେଚ୍ଛାସେବୀମାନେ ସାମିଲ ହୋଇଥିଲେ। ରନ୍‌ ଫର ୟୁନିଟି କାର୍ଯ୍ୟକ୍ରମରେ ଆୟୋଜିତ ଏକତା ଯାତ୍ରାରେ ସମସ୍ତେ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିବା ସହିତ ଏକତା ବାର୍ତ୍ତା ବାଣ୍ଟିଥିଲେ। ନିମାପଡ଼ା ଜୟଶ୍ରୀ ଛକରୁ ଏକତା ଯାତ୍ରା ବାହାରି ବଜାର ପରିକ୍ରମା କରି ବାରବାଟୀସ୍ଥିତ ଦେବୀମଣ୍ଡପଠାରେ ପହଞ୍ଚିଥିଲା। ଏକତା ଯାତ୍ରାରେ ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କ୍ଷୀରୋଦ କୁମାର ରାୟ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅଭିଳାଷ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ୫୬୪ ଦେଶୀୟ ରାଜ୍ୟକୁ ଏକତ୍ର କରି ଅଖଣ୍ଡ ଭାରତ ନିର୍ମାଣରେ ସର୍ଦ୍ଦାର ପଟେଲଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମାନନ୍ଦ ସାହୁ ଏହାକୁ ପରିଚାଳନା କରିଥିବାବେଳେ ଅଧ୍ୟାପକ ଆଦର୍ଶ ଦାଶ, ଯୁବ ବ୍ୟବସାୟୀ ନିରଞ୍ଜନ ସାହୁ, ସ୍ଵେଚ୍ଛାସେବୀ ଚନ୍ଦ୍ରକାନ୍ତ ବରାଳ ପ୍ରମୁଖ ସହଯୋଗ କରିଥିଲେ।

Comments are closed.