ଭାରତୀୟ ବଂଶୋଦ୍ଭବ ରୀତା ଆମେରିକା ଆଣବିକ ଶକ୍ତି ବିଭାଗ ମୁଖ୍ୟ

0

ୱାଶିଂଟନ୍‍ : ଆମେରିକାର ଭାରତୀୟ ବଂଶୋଦ୍ଭବ ଆଣବିକ ଶକ୍ତି ବିଶେଷଜ୍ଞ ରୀତା ବର୍ଣ୍ଣୱାଲଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଆଣବିକ ଶକ୍ତି ବିଭାଗ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ସିନେଟ୍‍ରେ ଅନୁମୋଦନ ପାଇଲେ ରୀତା ଶକ୍ତି ମନ୍ତ୍ରଣାଳୟର ଉପସଚିବ ଭାବେ କାର୍ଯ୍ୟ କରିବେ। ଆଣବିକ ଜ୍ଞାନକୌଶଳ ଗବେଷଣା, ବିକାଶ ଓ ପରିଚାଳନା ଭାର ତାଙ୍କ ହାତରେ ରହିବ। ବର୍ତ୍ତମାନ ରୀତା ଆଣବିକ ଉଦ୍ଭାବନ ତ୍ୱରାନ୍ୱୟନ ବିଭାଗ(ଜିଏଆଇଏନ୍‍)ର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ବୈଷୟିକ ବିକାଶ ଓ କାର୍ଯ୍ୟକାରିତା ବିଭାଗର ନିର୍ଦେଶକ ଥିଲେ।

Leave A Reply