ରୁକୁଣାରଥ ଚକଅଖ ପୂଜା

ଭୁବନେଶ୍ବର : ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୮ଦିନ ରହିଲା। ମହାରଣା ସେବାୟତ ରଥଗଢାର ପ୍ରଥମ ପର୍ବ ଶେଷ କରିବା ପରେ ମହାଖଳାରୁ ରବିବାର ଚକଅଖ ଉଠିଥିଲା। ଏହାପରେ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରାଣୀଙ୍କ ସକାଳ ବଲ୍ଲଭ ଶେଷ ହେବା ପରେ ଚକଅଖ ପୂଜା ହୋଇଥିଲା। ମହାରଣା ସେବାୟତଙ୍କ ସମେତ ମନ୍ଦିର ସୁପରଭାଇଜର, ପାଳିଆ ପୂଜାପଣ୍ଡା, ପତ୍ରୀ ସେବାୟତ,ପାଳିଆ ବଡୁ ଓ ପର୍ବଜାତ ବିଶୋଇ ପ୍ରମୁଖଙ୍କୁ ଉପସ୍ଥିତିରେ ରଥ ଖଳାରେ ଏହି ପୂଜା ସମ୍ପନ୍ନ ହୋଇଥିଲା।

Comments are closed.