କୋଭିଡ୍‌ କଟକଣା ଉଲ୍ଲଙ୍ଘନ; ରୁଚିକା ନର୍ସିଂହୋମ୍‍ ସିଲ୍‌

ଭୁବନେଶ୍ୱର: କୋଭିଡ୍‍ ନିୟମ ଅନୁପାଳନ ହେଉ ନଥିବା ଅଭିଯୋଗରେ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ରୁଚିକା ନର୍ସିଂହୋମ୍‍କୁ ବିଏମ୍‍ସି ସିଲ୍‍ କରିଛି। କିଛିଦିନ ତଳେ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ଦଳ ଉକ୍ତ ନର୍ସିିଂହୋମ୍‍ ଅଚାନକ ପରିଦର୍ଶନ କରି କୋଭିଡ୍‍ ନିୟମ ଅନୁପାଳନ ହେଉଛି ନା ନାହିଁ ଯାଞ୍ଚ କରିଥିଲେ। ସାମାଜିକ ଦୂରତା ରକ୍ଷା ହେଉ ନ ଥିବା ସହିତ ବିନା କୋଭିଡ୍‍ ପରୀକ୍ଷାରେ ରୋଗୀଙ୍କ ଅପରେସନ୍‍ କରାଯାଉଥିବା ଯାଞ୍ଚ ଦଳ ଜାଣିବାକୁ ପାଇଥିଲେ ବୋଲି ବିଏମ୍‍ସି ଦକ୍ଷିଣ-ପଶ୍ଚିମ ମଣ୍ଡଳ ଡେପୁଟି କମିସନର ରବି ନାରାୟଣ ଜେଠୀ କହିଛନ୍ତି। କୋଭିଡ୍‍ ନିୟମ ଉଲ୍ଲଘଂନ  ଅଭିଯୋଗରେ ଉକ୍ତ ନର୍ସିିଂହୋମ୍‍କୁ କାରଣ ଦର୍ଶାଇ ନୋଟିସ୍‍ ଜାରି କରାଯାଇଥିଲା। ହେଲେ ନର୍ସିଂହୋମ୍‍ ପକ୍ଷରୁ ଏହାର ଜବାବ ଦିଆଯାଇନଥିବାରୁ ଏହାକୁ ସିଲ୍‍ କରାଯାଇଛି ବୋଲି ବିଏମ୍‍ସି କହିଛି।

Comments are closed.