ରୁବିନା ବିଗ୍‌ବସ୍‌ ୧୪ ବିଜେତା

ମୁମ୍ବଇ : କଲର୍ସ ଟିଭି ଚାନେଲ ପ୍ରାୟୋଜିତ ରିୟଲିଟି ଶୋ’ ପ୍ରତିଯୋଗିତା ବିଗ୍‌ବସ୍‌-୧୪ର ଫଳ ରବିବାର ପ୍ରକାଶ ପାଇଛି। ରୁବିନା ଦିଲାଏକ ଏହି ପ୍ରତିଯୋଗିତାର ବିଜୟୀ ହୋଇଛନ୍ତି। ସିଙ୍ଗର ରାହୁଲ ବୈଦ୍ୟ ପ୍ରଥମ ରନର୍ସଅପ୍ ହୋଇଛନ୍ତି।
ପ୍ରତିଯୋଗିତାର ବିଜୟୀ ରୁବିନାଙ୍କୁ ପୁରସ୍କାର ବାବଦକୁ ୩୬ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ଫାଇନାଲ ଉତ୍ସବର ସଂଯୋଜକ ବଲିଉଡ ଅଭିନେତା ସଲମାନ ଖାନ୍ ରୁବିନାଙ୍କୁ ଟ୍ରଫି ସହିତ ପୁରସ୍କାର ରାଶିର ଚେକ୍ ପ୍ରଦାନ କରିଥିଲେ। ରୁବିନାଙ୍କ ସହିତ ତାଙ୍କ ସ୍ବାମୀ ଅଭିନବ ଶୁକ୍ଳା ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ମାତ୍ର ୨ ସପ୍ତାହ ମଧ୍ୟରେ ଶୁକ୍ଳା ପ୍ରତିଯୋଗିତାରୁ ବାଦ୍‌ ପଡିଥିଲେ। ରୁବିନା ଜଣେ ପରିଚିତ ଟିଭି ଧାରାବାହିକର ଜଣେ ପରିଚିତ ଅଭିନେତ୍ରୀ। ୩୩ବର୍ଷୀୟା ରୁବିନାଙ୍କ ଘର ହିମାଚଳପ୍ରଦେଶର ସିମ୍‌ଲା। ଏହି ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ଅନ୍ୟ ତିନି ଜଣ ହେଲେ ନିକ୍କି ତମ୍ବୋଲି, ରାକ୍ଷୀ ସାୱନ୍ତ ଓ ଆଲେ ଗୋନି। ବିଭିନ୍ନ ବର୍ଗର ସେଲେବ୍ରେଟିଙ୍କୁ ନେଇ ୧୪୦ଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା। ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମକୁ ବଲିଉଡ ଅଭିନେତା ସଲମାନ ଖାନ୍‌ ସଂଯୋଜନା କରିଥିଲେ। ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ କଳାକାରମାନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।

Comments are closed.