ଦିନ ୧୦ରୁ ଅପରାହ୍ଣ ୨ଟା ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସରକାରୀ କାର୍ଯ୍ୟଦିବସଗୁଡ଼ିକରେ ଦିନ ୧୦ଟାଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ମାଲଗାଡ଼ି ପରିବହନ ଏବଂ ଏ ସଂକ୍ରାନ୍ତ ଅନ୍ୟ ଯେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିମ​ନ୍ତେ ଏନଫୋର୍ସମେଣ୍ଟ ଟିମ୍ ୨୪ ଘଣ୍ଟା ସଜାଗ ରହି କାର୍ଯ୍ୟ କରିବ। ପରିବହନ କମିଶନର ଆଜି ଏ ସଂକ୍ରାନ୍ତରେ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମେତ ଖୋର୍ଦ୍ଧା, ବଡ଼ବିଲ ଓ ରାଇରଙ୍ଗପୁର ଅତିରିକ୍ତ ଆରଟିଓଙ୍କ ନିକଟକୁ ନିର୍ଦେଶନାମା ଜାରି କରିଛନ୍ତି।

Comments are closed.