ନୂଆ ଗାଡି ପଞ୍ଜୀକରଣ ପାଇଁ ଦଶହରାରେ ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ବର : ଆସନ୍ତା ୨୪ ଓ ୨୬ ତାରିଖରେ ଦଶହରା ଛୁଟି ଥିଲେ ମଧ୍ୟ ରାଜ୍ୟରେ ଖୋଲା ରହିବ ଆରଟିଓ ଅଫିସ। ଦଶହରା ସମୟରେ ନୂଆ ଗାଡି ଅଧିକ ବିକ୍ରୀ ହେଉଥିବା କାରଣରୁ ନୂଆ ଗାଡି ଗୁଡିକର ପଞ୍ଜୀକରଣ ପାଇଁ ଆରଟିଓ ଅଫିସ ଖୋଲା ରହିବ । ଏନେଇ ଏସ୍‌ଟିଏ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏସ୍‌ଟିଏ ସୂଚନା ଅନୁସାରେ ୨୪ ଏବଂ ୨୬ ତାରିଖରେ ପୂଜା ଛୁଟି ରହିଥିଲେ ମଧ୍ୟ ଆରଟିଓ ଖୋଲା ରହିବ । ଏହି ଦୁଇ ଦିନ ଆରଟିଓ ଅଫିସ ପୂରା ଦିନ ନୁହେଁ ବରଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଖୋଲା ରହିବ। ଏହି ଦୁଇ ଘଣ୍ଟାରେ କେବଳ ନୂଆ ଗାଡିର ପଞ୍ଜୀକରଣ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି।


 

Comments are closed.